­୧୨ ରୁ ୧୪ ବର୍ଷ ବୟସର ପିଲାଙ୍କୁ କୋରବିଭାକ୍ସ କୋଭିଡ ଟୀକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପାରାଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଆଜି ୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ କୋରବିଭାକ୍ସ କୋଭିଡ ଟୀକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ପାରାଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା୍ଧିକାରୀ ଡା: ପ୍ରଦୀପ କୁମାର ପାତ୍ର ଏହି କାର୍ଯ୍ୟକ୍ରମର ଶୁଭା ରମ୍ଭ କରିଥିଲେ । ସମ୍ପୃକ୍ତ ପିଲାମାନେ ଏହି କୋରବିଭାକ୍ସ ଡୋଜ ନେବା ୨୮ ଦିନ ପରେ ପୁଣି ଦ୍ଵିତୀୟ ଡୋଜ ଟିକା ନେବେ । ଆଜିଠାରୁ ଏହା ସମଗ୍ର ଭାରତ ବର୍ଷରେ ସମସ୍ତ ୧୨ ରୁ ୧୪ ବର୍ଷ ବୟସର ପିଲାମାନେ ଏହି ଟିକା ନେବାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ବୋଲି କହିଥିଲେ। ଟିକାକରଣ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ଜିଲ୍ଲା ନୋଡାଲ ଅଧିକାରୀ ଏଡିଏମଓ ଡା: ମହେନ୍ଦ୍ର କୁମାର ଭୂୟାଁ , ଏଡିଏମଓ ଡା: ମହମ୍ମଦ ମୁବାରକ ଅଲ୍ଲୀ , ଡ଼ିଏମଆରସିଏଚ: ଶ୍ରୀ ସୁଶାନ୍ତ ପ୍ରସାଦ ନାୟକ, ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଏପିଏମ ଶୁଭଲକ୍ଷ୍ମୀ ସାହୁ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏ ସମସ୍ତଙ୍କ ଗହଣରେ ପିଲାମାନଙ୍କୁ କୋରବିଭାକ୍ସ କୋଭିଡ ଡୋଜ ଟିକାକରଣ କାର୍ଯ୍ୟକ୍ରମର ଶୁଭଆରମ୍ଭ ହୋଇଥିଲା । କୋଭିଡ ଟିକା ନେବାପାଇଁ ପିଲାମାନଙ୍କ ମଧ୍ୟରେ ବେଶ ଉତ୍ସାହ ଥିବା ପରିଲକ୍ଷିତ ହୋଇଥିଲା । ପିଲାମାନେ ଧାଡ଼ିରେ ଆସି ନାମ ପଞ୍ଜିକୃତ କରି ନିଜ ଫୋନ ନମ୍ବର ଦେଇ ଉତ୍ସାହ ଓ ଆନନ୍ଦର ସହ କୋଭିଡ ଟିକା ନେଇଥିଲେ  । କୋଭିଡ ଟିକା ନେବାପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କହିଥିଲେ ଯେ ଆମେ ୧୫ ମିନିଟ ହେଲା ଟିକା ନେଲୁଣୀ , ହେଲେ ଆମକୁ କୋଣସି ଅସୁବିଧା ଲାଗୁନି । ଆମକୁ ଭଲ ଲାଗୁଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛୁ କ୍ଷ ଆମ ବୟସର ଓ ଆମ ସାଙ୍ଗମାନେ ସମସ୍ତେ ଏହି କୋଭିଡ ଟିକା ନିଅନ୍ତୁ ଏବଂ କରୋନା ମୁକ୍ତ ହୁଅନ୍ତୁ କ୍ଷ ଏହି କରୋନା ଟିକା ନେବାର ସୁଯୋଗ ପାଇଥିବା ଯୋଗୁଁ ଆମେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଉଛୁ ବୋଲି କହିଥିଲେ । ସେହିଭଳି ପିଲାମାନଙ୍କୁ କୋଭିଡ ଟିକା ଦେଇଥିବା କୋଭିଡ ଏଏନଏମ ଦୀପିକା ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ୧୨ ରୁ ୧୪ ବର୍ଷ ବୟସର ପିଲାଙ୍କୁ ଏହି କୋରବିଭାକ୍ସ କୋଭିଡ ଟିକା ଦିଆହେଉଛି । ପିଲାମାନଙ୍କୁ ଏହି କୋଭିଡ ଟିକା ଦେବା ପରେ ଆମେ ସେମାନଙ୍କୁ ୩୦ ମିନିଟ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷ କକ୍ଷରେ ବିଶ୍ରାମ ନେବାକୁ କହୁଛୁ । ସେମାନେ କୋଣସି ପ୍ରକାର ଅସୁବିଧା ଅନୁଭବ କରିନାହାନ୍ତି । ସମସ୍ତେ ଖୁସିରେ ଆସି ଟୀକାନେଇ ବିଶ୍ରାମ ନେବାପରେ ଖୁସିରେ ଯାଉଛନ୍ତି ବୋଲି କହିଥିଲେ । ଟୀକାକରଣ କାର୍ଯ୍ୟରେ ଡିଇଓ କେ: ଶିବା ଲଳିତା ସହଯୋଗ କରିଥିବା ବେଳେ ସମସ୍ତ କାର୍ଯ୍ୟ ପରିଚାଳନାରେ ଶିକ୍ଷୟତ୍ରୀ ଓ କର୍ମଚାରି ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ