୧୨ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ବାଲିଗଢିଆ ଗ୍ରାମରେ ଦେଶୀ ମଦ ବିକ୍ରି ହେଉଥିବା ବେଳେ ପୋଲିସ ଚଢାଉ କରି ୧୨ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ସୁଦର୍ଶନ ଜେନା ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି । ଗୁରବାର ସକାଳ ୫ଟା ବେଳେ ପୋଲିସ ନିଳୋକ, ଚାରିଘରିଆ, ସେଣ୍ଡତୀରା ଆଦି ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ବାଲିଗଢିଆ ଗ୍ରାମର ସୁଦର୍ଶନ ଜେନା ଘର ପାଖରେ ମଦ ବିକ୍ରି କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ । ପୋଲିସ ସେଠାରେ ଚଢାଉ କରି ୧୨ ଲିଟର ଦେଶୀ ମଦ ଜବତ କରିବା ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାଯାଇଛି । ଏନେଇ ଥାନାରେ କେସ ନଂ-୧୮୦/୨୦ ମାମଲା ରୁଜ୍ଜୁ ହୋଇଛି ।