୧୨ ଶହ ବର୍ଷ ଧରି ଢ଼ଳିରହିଛି ପଥର

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ଦେଖିବାକୁ ମିଳିଥାଏ । ଏସବୁ ରହସ୍ୟର ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ ଦେବାକୁ ଅସମର୍ଥ ହୋଇଥାଏ । ତାମିଲନାଡୁର ମହାବଳୀପୁରମ୍ରେ ରହିଛି ୧୨ ଶହ ବର୍ଷର ଏକ ପଥର । ପଥରଟି ଢ଼ଳି ହୋଇ ରହିଛି । ଏହାର ଉଚ୍ଚତା ୨୦ ଫୁଟ ଏବଂ ଚୌଡ଼ା ୧୫ ଫୁଟ । ଏହାର ଓଜନ ୨୫୦ ଟନ୍ ହେବ ବୋଲି ଗବେଷକ କୁହନ୍ତି । ଏହା ଏପରି ଢ଼ଳି ରହିଥିବାରୁ ସ୍ଥାନୀୟ ଲୋକେ ଏହାକୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଲହୁଣୀ ହାଣ୍ଡି ବୋଲି କହିଥାନ୍ତି । କେତେକ କୁହନ୍ତି ପ୍ରଭୁ ଶ୍ରୀକୃଷ୍ଣ ଲହୁଣୀ ଚୋରି କରି ଖାଉଥିବାବେଳେ ଏଠାରେ କିଛି ପଡ଼ିଯାଇଥିଲା । ପରେ ଏହା ବିରାଟକାୟ ପଥର ରୂପ ନେଇଛି । ୧୯୦୮ରେ ଏହି ପଥର ସମ୍ପର୍କରେ ଜଣାପଡ଼ିଥିଲା । କୁହାଯାଏ ଥରେ ଏହି ପଥରକୁ ଖସାଇବା ପାଇଁ ୭ଟି ହାତୀଙ୍କୁ ଲଗାଯାଇ ଟଣାଯାଇଥିଲା । ତେବେ ପଥର ନିଜ ସ୍ଥାନରୁ ଘୁଞ୍ଚି ନ ଥିଲା । ତେବେ ଏହାକୁ କୌଣସି ରାଜା ଏପରି କରିଛନ୍ତି ନା ଏହା ପ୍ରକୃତିର ଏକ ରୂପ ସେ ନେଇ କିଛି ସୂଚନା କାହା ପାଖରେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ