୧୩ନମ୍ବର ୱାର୍ଡରେ ବିଜେଡି କାଉନସିଲର ପ୍ରାର୍ଥୀଙ୍କ ପାଇଁ ରୋଡଶୋ କଲେ ବିଧାୟକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳର ୧୩ନମ୍ବର ୱାର୍ଡରେ ବିଜୁ ଜନତାଦଳର କାଉନସିଲର ପ୍ରାର୍ଥୀ ମଙ୍ଗଳବରଣ ସିଂଙ୍କ ପାଇଁ ରୋଡଶୋ ମାଧ୍ୟମରେ ନିର୍ବାଚନୀ ପ୍ରଚାର କରିଛନ୍ତି କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା । ଏହି ଅବସରରେ ବିଧାୟକ ଶ୍ରୀ ବେହେରା ଲୋକମାନଙ୍କୁ କହିଥିଲେ ଯେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ଯେଉଁ ଜନକଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି ସେଥିରେ କେନ୍ଦ୍ରାପଡା ମଧ୍ୟ ସାମିଲ ହୋଇଛି । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ବିକାଶର ଧାରାରେ କେନ୍ଦ୍ରାପଡା ସାମିଲ ହୋଇ ବହୁ ବିକାଶ ମୂଳକ କାର୍ଯ୍ୟ ଏଠାରେ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ସହିତ କେନ୍ଦ୍ରାପଡା ସହରର ବିକାଶକୁ ଆଗେଇ ନେବାକୁ ହେଲେ ଏହି ୱାର୍ଡର ବିଜେଡି କାଉନସିଲର ପ୍ରାର୍ଥୀ ମଙ୍ଗଳବରଣ ସିଂ ଏବଂ ନଗରପାଳ ପ୍ରାର୍ଥୀ ସରିତା ସାହୁଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ବିଧାୟକ ନିବେଦନ କରିଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମରେ କାଉନସିଲର ପ୍ରାର୍ଥୀ ଶ୍ରୀ ସିଂ, ୭ନମ୍ବର ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ୫ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, ରୋସ୍ନା ସାହୁ, ସ୍ୱୟଂପ୍ରଭା କରଙ୍କ ସମେତ ବିଜୁ ଜନତା ଦଳର ଶତାଧିକ କର୍ମୀ ଯୋଗଦେଇଥିଲେ । ମଙ୍ଗଳବରଣ ଜଣେ ମେଳାପି, ମିଷ୍ଟଭାଷି, ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବରେ ସାଧାରଣରେ ପରିଚିତ । ସେ ପୂର୍ବରୁ କାଉନସିଲର ଥିବା ସହିତ ଏବେ ନଗର ବିଜେଡିର ଉପସଭାପତି ଅଛନ୍ତି । ତାଙ୍କ ପ୍ରଚାର ଶୈଳି ଦେଖି ତାଙ୍କ ପ୍ରତି ଧିରେ ଧିରେ ଜନସମର୍ଥନ ବୃଦ୍ଧି ପାଉଥିବା ଦେଖାଯାଇଛି ।


