୧୩ଫୁଟ ଲମ୍ବର ଅଜଗର ଉଦ୍ଧାର

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ହାଯଡିହି ବ୍ଲକ ଗଡଚଣ୍ଡୀ ମନ୍ଦିର ନିକଟରୁ ଏକ ଅଜଗର ସାପକୁ ବନ ବିଭାଗ ଉଦ୍ଧାର କରି ହଦଗଡ ଅଭୟାରଣ୍ୟ ମଧ୍ୟରେ ଛାଡିଥିବା ଜଣାଯାଇଛି । ଏକ ବିରାଟ ସାପ ମନ୍ଦିର ନିକଟରେ ବୁଲୁଥିବା ସ୍ଥାନୀୟ ଲୋକମାନେ ଦେଖି ବନ ବିଭାଗକୁ ଜଣାଇଥିଲେ । ଖବରପାଇ ରେଞ୍ଜ ଅଫିସର ସୁମିତ ମହାନ୍ତିଙ୍କ ନିର୍ଦ୍ଦେଶରେ ବନରକ୍ଷୀ ଅମରେନ୍ଦ୍ର ନାଥ ଓ ତାଙ୍କ ସହକର୍ମୀମାନେ ଗଡଚଣ୍ଡୀରେ ପହଞ୍ଚି ସାପଟିକୁ ଧରିଥିଲେ । ସାପଟିର ଲମ୍ବ ୧୩ଫୁଟ ହୋଇଥିବାବେଳେ ଏହାକୁ ହଦଗଡ ଅଭୟାରଣ୍ୟରେ ଛାଡିଥିବା ରେଞ୍ଜ ଅଫିସର ସୁମିତ ମହାନ୍ତି ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ