୧୩ବର୍ଷ ନାବାଳିକା ଗର୍ଭବତୀ ଥାନାରେ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ମୋହନା ଥାନା ଅଂଚଳରେ ଜଣେ ୧୩ବର୍ଷର ନାବାଳିକା ଗର୍ଭବତୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣା ରୁ ପ୍ରକାଶ ଜଣେ ଯୁବକ ଏକ  ନାବାଳିକାକୁ ଘରେ ଏକୁଟିଆ ରହି ଥିବା ଦେଖି ବାରମ୍ବାର ଯୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖି ଆସୁଥିଲେ । ହେଲେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଜାଣିବା ପରେ ଯୁବକ ଜଣକ ଫେରାର ହୋଇଯାଇଛନ୍ତି । ଯାହା ଦ୍ୱାରା ନାବାଳିକାର ପରିବାର ଲୋକେ ଚାଇଲଡ଼ ଲାଇନକୁ ଜଣାଇବା ପରେ ମୋହନା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଏ ନେଇ ମୋହନା ଥାନାରେ ଏକ ମାମଲା ରୁଜୁ କରି ନାବାଳିକାକୁ ଡାକ୍ତରୀ ମଇନା ପାଇଁ ମେଡ଼ିକାଲ ପଠାଇଥିବା ଜଣା ପଡିଛି । ଥାନା ପକ୍ଷରୁ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ