୧୩ରୁ ୧୫ଅଗଷ୍ଟ ମଧ୍ୟରେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରନ୍ତୁ : ମାନସ

ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଜାତି, ଧର୍ମ ଓ ଦଳ ମତ ନିର୍ବିଶେଷରେ ଆସନ୍ତା ଅଗଷ୍ଟ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗତ ଶୁକ୍ରବାର ଜେଲ ରୋଡ ସ୍ଥିତ ବାଲେଶ୍ୱର ସଦର ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜାତୀୟ ପତାକା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ପ୍ରତୀକ । ଏଥିସହ ଏହା ସମସ୍ତ ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ପ୍ରଦର୍ଶିତ କରେ । ତ୍ରିରଙ୍ଗାର ଶକ୍ତି ୧୩୦ କୋଟି ଭାରତୀୟଙ୍କୁ ଏକଜୁଟ କରିଛି । ହର ଘର ତ୍ରିରଙ୍ଗା ଅଭିଯାନ ସମସ୍ତ ମହାପୁରୁଷଙ୍କ ପ୍ରତି ଏକ ଅନନ୍ୟ ଶ୍ରଦ୍ଧାଞ୍ଜଳୀ ଯେଉଁମାନେ ଦେଶ ମାତୃକାର ସେବା ପାଇଁ ନିଜର ସର୍ବସ୍ୱ ଅର୍ପଣ କରିଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନକୁ ଜନଆନ୍ଦୋଳନର ରୂପ ଦେବା ସହ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଅଛି । ସେଥିପାଇଁ ଅଗଷ୍ଟ ୯ରୁ ବିଭିନ୍ନ ହାଟ ବଜାର, ୱାର୍ଡ ଗ୍ରାମରେ ପ୍ରଭାତ ଫେରୀ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୧୩ ରୁ ୧୫ ଅଗଷ୍ଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ୱାନକ୍ରମେ ଦେଶରେ ୨୦ କୋଟିରୁ ଉର୍ଦ୍ଧ୍ୱ ପରିବାରଙ୍କର ଘର ଉପରେ ଜାତୀୟ ପତାକା ଉଡାଇବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିସହ ସମସ୍ତ ସରକାରୀ ଭବନ, ସରକାରୀ କର୍ମଚାରୀ ନିବାସ, ପୋଲିସ ଷ୍ଟେସନ, ଶିକ୍ଷାନୁଷ୍ଠାନ, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଆବାସୀୟ ସଂଘ, ଯୁବ ସଂଗଠନ ତଥା ଅନ୍ୟ ସାମାଜିକ ସଂସ୍ଥାମାନଙ୍କର କାର୍ଯ୍ୟାଳୟ ଉପରେ ମଧ୍ୟ ରାଷ୍ଟ୍ରୀୟ ଧ୍ୱଜ ଉଡିବ । ତେଣୁ ସମସ୍ତେ ଦେଶଭକ୍ତିର ଭାବନାରେ ହର ଘର ତ୍ରିରଙ୍ଗା ଅଭିଯାନରେ ଓତପ୍ରୋତଃ ଭାବେ ସାମିଲ ହୋଇ ଅଗଷ୍ଟ ୧୩ରୁ ୧୫ ଯାଏଁ ଉତ୍ସାହର ସହ ନିଜ ଘରେ ଜାତୀୟ ପତାକା ଲଗାଇବା ଏବଂ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା ସହ ଅଭିଯାନକୁ ସଫଳ କରିବା ପାଇଁ ସଦର ନେତା ମାନସ ଦତ୍ତ ନିବେଦନ କରିଛନ୍ତି । ଏହି ଅଭିଯାନକୁ ସଂଯୋଜକ ଭାବେ ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ ଏବଂ ସହ ସଂଯୋଜକ ଭାବେ କାଉନସିଲର ରୋଜାଲିନ ପାଣି ଓ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଅରୁପ ଜେନାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସୁଷମା ବିଶ୍ୱାଳ, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ଓ ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ବରିଷ୍ଠ ଆଇନଜୀବୀ ବୈଲୋଚନ ଦାଶ ଓ ବିଜୟ ପାଣିଗ୍ରାହୀ, ଲକ୍ଷ୍ମୀଧର ବେହେରା, କାଉନସିଲର ସସ୍ମିତା ନାଥ, ନିତ୍ୟଗୋପାଲ ସିଂ, ସୁଜିତ ଦେବ, ଉପେନ୍ଦ୍ରନାଥ ଶତପଥୀ, ବିଭୁପଦ ଦାସ, ଅନନ୍ତ ନାୟକ, ଲୋକନାଥ ଭୂୟାଁ, ବିବେକାନନ୍ଦ ରାଉତ, ବଳରାମ ପାତ୍ର, ସର୍ବେଶ୍ୱର ପାତ୍ର, ବିକାଶ ପାଢୀ, ହରେନ୍ଦ୍ର ପ୍ରଧାନ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ଚିତ୍ତରଞ୍ଜନ ଦତ୍ତ, ଅନନ୍ତ ଚାନ୍ଦ, ଶ୍ରୀୟା ଦାସ, ସୁସ୍ମିତା ସୁକ୍ଳା, ସସ୍ମିତା ଦାଶ, ମଧୁଶ୍ରୀ ପଣ୍ଡା, ସ୍ୱର୍ଣ୍ଣପ୍ରିୟା ନାଥ, ପବନ କମିଳା, ନିତିନ ଦାସ, ମନ୍ମଥ ପାତ୍ର, ଦିଲ୍ଲୀପ ମାଝୀ, ପ୍ରତାପ ପ୍ରଧାନ, ଦୁର୍ଗା ପ୍ରଧାନ, ସରୋଜ ହାଜରା, ସୌଭାଗ୍ୟମାନସ ନାୟକ, ସଞ୍ଜୀବ ପ୍ରଧାନ, ଆଶାଲତା ବାଡି, ଅଶୋକ ଦାସ, ପବନ ସିଂହ, ସେଖ ହଲିମ, ରାଜୁ ହେମ୍ବ୍ରମ, ପ୍ରହଲ୍ଲାଦ ଦାସ, ଅନିଲ ମହାନ୍ତି, ସିଦ୍ଧାର୍ଥ ଦାସ, ଅଭିରାମ ଅଧିକାରୀ, ଶକ୍ତିଶଙ୍କର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ