୧୩ରେ ଏସ୍ସିଓ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ(ଏଜେନ୍ସି): ୧୩/୧୪ରେ କିର୍ଗିଜସ୍ତାନ୍ର କିସ୍କେକ୍ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀ ବୈଠକରେ ଉଭୟ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଯୋଗଦେବେ । କିନ୍ତୁ ଉଭୟ ନେତା ପରସ୍ପରକୁ ସାକ୍ଷାତ କରିବେ ନାହିଁ, ଏପ୍ରକାର ଏକ ସୂଚନା ଏବେ ସାମ୍ନାକୁ ଆସିଛି । ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଏସ୍ସିଓ ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ମଧ୍ୟରେ କୌଣସି ପ୍ରକାର ସାକ୍ଷାତ କିମ୍ବା ବୈଠକ ହେବାର କାର୍ଯ୍ୟକ୍ରମ ନାହିଁ । ନିକଟରେ ପାକିସ୍ତାନ ବୈଦେଶିକ ସବିବ ସୋହେଲ ମହସୁଦଙ୍କ ଭାରତ ଗସ୍ତ ପରେ, ଏସ୍ସିଓ ଶିଖର ସମ୍ମିଳନୀ ସମୟରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ତେବେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଉପରେ ସ୍ପଷ୍ଟୀକରଣ ଦେଇ ଏପ୍ରକାର କୌଣସି ସମ୍ଭାବନା ନଥିବା କହିଛନ୍ତି । ସେହିପରି ପାକିସ୍ତାନ ବୈଦେଶିକ ସଚିବଙ୍କ ଭାରତ ଗସ୍ତ ଉପରେ ରବିଶ କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ ଥିଲା ଏବଂ ତାଙ୍କ ସହିତ କୌଣସି ବୈଠକ ହୋଇନଥିଲା । ସେହିପରି କରତାପୁର କରିଡର ସମ୍ପର୍କରେ ରବୀଶ୍ ମତାମତ ରଖି କହିଛନ୍ତି ଯେ, ଭାରତ ଏହାକୁ ନିର୍ମାଣ କରିବାକୁ ପ୍ରତିବଦ୍ଧ ଅଟେ । ଭାରତ ସରକାର ଏହି ପ୍ରକଳ୍ପ ସମ୍ବନ୍ଧିତ ଏକ କମିଟି ପାକିସ୍ତାନ ଦ୍ୱାରା ବିବାଦୀୟ ବ୍ୟକ୍ତିଙ୍କ ନିଯୁକ୍ତି ଉପରେ ରିପୋର୍ଟ ମାଗିଛନ୍ତି ।
ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି । ଏପରିକି ଗତ ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟା ଠାରେ ଭାରତ ଆକାଶ ମାର୍ଗରୁ ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶୁଭେଚ୍ଛା ଜଣାଇବା ସହ ଉଭୟ ରାଷ୍ଟ୍ର ଏକାଠି ହୋଇ ଶାନ୍ତି ଏବଂ ସମୃଦ୍ଧି ପାଇଁ କାମ କରିବାକୁ ଇଛା ପ୍ରକାଶ କରିଥିଲେ । ଫଳରେ ବନ୍ଦ ହୋଇଯାଇଥିବା ଦ୍ୱିପାକ୍ଷିକ ଆଲୋଚନା ଆଉଥରେ ଆରମ୍ଭ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା । କିନ୍ତୁ ମୋଦି ପାକିସ୍ତାନ ପ୍ରତି ନିଜର କଠୋର ମନୋଭାବକୁ ବଦଳାଇବାକୁ ପ୍ରସ୍ତୁତ ନାହାନ୍ତି । ଏପରିକି ନିଜ ଶପଥ ଗ୍ରହଣ ଉତ୍ସବକୁ ମୋଦି ସବୁ ପଡୋଶୀ ଦେଶର ରାଷ୍ଟ୍ରମୂଖ୍ୟମାନଙ୍କୁ ଡାକିଥିବାବେଳେ ପାକିସ୍ତାନକୁ ଡାକିନଥିଲେ । ଏବେ କିର୍ଗିଜସ୍ତାନ୍ରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀରେ ମଧ୍ୟ ଇମ୍ରାନ୍ଙ୍କ ସହ ମୋଦିଙ୍କ କୌଣସି ସାକ୍ଷାତ କିମ୍ବା ବୈଠକ କାର୍ଯ୍ୟକ୍ରମ ରଖାଯାଇନାହିଁ । ଆସନ୍ତା ୧୩ ଓ ୧୪ ତାରିଖରେ କିର୍ଗିଜ୍ସ୍ତାନର ରାଜଧାନୀ ବିଶକେକ୍ ଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି ନିଜର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବିଦେଶ ଗସ୍ତ ଆଧାରରେ ଆସନ୍ତା ୮ ଓ ୯ରେ ମାଳଦ୍ୱୀପ ଯିବେ । ସେହିପରି ଦ୍ୱିତୀୟଗସ୍ତ ଭାବେମୋଦି କିର୍ଗିଜସ୍ତାନ ଅଭିମୁଖେ ବାହାରିବେ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ