୧୩୦ ଫୁଟ୍ ଉଚ୍ଚରେ ଦୀର୍ଘ ୨୬ ବର୍ଷ ହେଲା ବିତୁଛି ଏକୁଟିଆ ଜୀବନ

ଜର୍ଜିଆର ୧୩୦ ଫୁଟ୍ ଉଚ୍ଚ କତ୍ସ୍କି ଖମ୍ବ କାହିଁ କେଉଁ ଯୁଗରୁ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଏପରିସ୍ଥଳରେ ସେଠାକୁ କେହି ବି ଯା’ଆସ କରନ୍ତି ନାହିଁ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଖମ୍ବରେ ଦୀର୍ଘ ୨୬ ବର୍ଷ ଧରି ଜଣେ ବ୍ୟକ୍ତି ନିଜ ଜୀବନ ଜିଉଁଛନ୍ତି । ତା’ପୁଣି ଏକାକୀ । ୧୩୦ ଫୁଟ୍ ଉଚ୍ଚ ଶିଖରରେ ରହିବା କଥା କଳ୍ପନା କରିବାକୁ ଯେଉଁଠି ଭୟ ଲାଗେ, ସେଠାରେ ଏତେ ବର୍ଷ ଧରି ଏକୁଟିଆ ଜୀବନ ବିତାଇବା କିଛି କମ୍ କଥା ନୁହେଁ । ଏହି ସାହସିକ ପଦକ୍ଷେପ ଗ୍ରହଣ କରିଛନ୍ତି ମାକ୍ସିମ୍ ନାମକ ଜଣେ ଖ୍ରୀଷ୍ଟିଆନ୍ ପାଦ୍ରୀ । ତାଙ୍କ ଅନୁସାରେ, ଏତେ ଉଚ୍ଚରେ ରହି ସେ ଈଶ୍ୱରଙ୍କର ନିକଟତର ହୋଇପାରିଥିବା ଅନୁଭବ କରୁଛନ୍ତି । ଶିଖରରେ ଯେଉଁ ଘର ସେ ନିର୍ମାଣ କରିଛନ୍ତି ତା’ର ନାମ ରଖିଛନ୍ତି ମାକ୍ସିମ୍ କର୍ଟେଜ୍ । ୧୯୯୩ରୁ ସେ ଏଠାରେ ରହିଆସୁଛନ୍ତି । ସପ୍ତାହକୁ ମାତ୍ର ଦୁଇ ଥର ସେ ତଳକୁ ଆସିଥାନ୍ତି । ତଳକୁ ଆସିବାକୁ ୧୩୧ ଫୁଟ୍ର ପାହାଚ ନିର୍ମାଣ ହୋଇଛି । ଏଥିରେ ଆସିବାକୁ ମାକ୍ସିମଙ୍କୁ ଅତିକମ୍ରେ ୨୦ ମିନିଟ୍ ସମୟ ଲାଗେ । ବାକି ସମୟରେ ତଳେ ଥିବା ଲୋକେ ତାଙ୍କୁ ଜରୁରୀ ସାମଗ୍ରୀ ସବୁ ଏକ କୁଲି ଦଉଡ଼ି ମାଧ୍ୟମରେ ପଠାଇଥାନ୍ତି । ଖମ୍ବ ସଦୃଶ ଦେଖାଯାଉଥିବା ଏହି ପାହାଡ଼ର ଶିଖରରେ ସେ ଏକ ପ୍ରାର୍ଥନା କକ୍ଷ ନିର୍ମାଣ କରିଛନ୍ତି । ବେଳେବେଳେ କିଛି ବିପଦରେ ପଡ଼ିଥିବା ଯୁବବର୍ଗ ସେଠାକୁ ପ୍ରାର୍ଥନା କରିବାକୁ ଆସିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ