୧୩୨ କେଭି ଟାୱାରରେ ଚଢି ନିଶାସକ୍ତ ଯୁବକର ହାଇଡ୍ରାମା
ଢେଙ୍କାନାଳ,(ତାପସ ଦାସ):ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର ଥାନା ବଡ଼ମୁକ୍ତାପଶି ଗାଁ ନିକଟରେ ୧୩୨ କେଭି ବିଦ୍ୟୁତ ଟାୱାର ରେ ନିଶାସକ୍ତ ଅବସ୍ଥା ରେ ଚଢ଼ିଗଲା ଯୁବକ l ପ୍ରାୟ ୭୦ ଫୁଟ ଉପରେ ଚଢ଼ି ଟାୱାର ଉପରେ ଅଢେଇ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ବସିରହିଛି ଯୁବକ l ଯୁବକ ଜଣକ ବଡ଼ମୁକ୍ତାପଶି ଗାଁ ର ସନିଆ ମଣ୍ଡଳ l ସୂଚନା ଅନୁସାରେ କୌଣସି କାରଣରୁ ନିଶାସକ୍ତ ଅବସ୍ଥାରେ ସନିଆ ଆଜି ଅପରାହ୍ନରେ ଟାୱାର ଉପରେ ଚଢି ଯାଇଥିଲା ଲ ତେବେ ଚଢ଼ିବା ପରେ ଓଲ୍ହାଇବାର ନାଁ ଧରୁନି ଯୁବକ l ଯେଉଁଥିପାଇଁ ପୋଲିସ, ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗକୁ ନାକେଦମ ହେବାକୁ ପଡିଲାଣି l ପ୍ରାୟ ଅଢେଇ ଘଣ୍ଟା ଧରି ଯୁବକ ଜଣକ ଟାୱାର ଉପରେ ବସିଥିବା ବେଳେ ଟାୱାର ପାଖକୁ ଯିବାକୁ ଯାଉଥିବା ଉଦ୍ଧାରକାରୀ ଦଳକୁ ଦେଖିଲେ ଡେଇଁବା ପାଇଁ ଉଦ୍ୟମ କରୁଛି l ଫଳରେ ଉଦ୍ଧାରକାରୀ ଦଳ ଯୁବକ ଜଣକ ନିକଟରେ ପହଞ୍ଚି ପାରୁନାହିଁ l ତେବେ ଏହି ହାଇଡ୍ରାମା ଦୀର୍ଘ ସମୟ ଧରି ଜାରି ରହିଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା l