୧୩୬ ବର୍ଷରେ କୁଳିଅଣା କାଳୀପୂଜା
ବାରିପଦା,(ମୁରାରୀ ମୋହନ ମହାପାତ୍ର):୧୩୬ବର୍ଷରେ କୁଳିଅଣାର ପ୍ରସିଦ୍ଧ ସାର୍ବଜନୀନ କାଳୀପୂଜା ପଦାର୍ପଣ କରିଛି। ଚଳିତ ବର୍ଷ ୮ ଦିନ ଧରି ଚଳଚଞ୍ଚଳ ଞ୍ଚଳ ରହିବ କାଳୀପୂଜା ପ୍ୟାଣ୍ଡେଲ। ସୁଦୃଶ୍ୟ ତୋରଣ ସାଙ୍ଗକୁ ପ୍ୟାଣ୍ଡେଲକୁ ପ୍ୟା ସଂଯୋଗ କରୁଥିବା ପ୍ରବେଶପଥକୁ ରଙ୍ଗବେରଙ୍ଗର ଆଲୋକମ କମାଳାରେ ସଜ୍ଜିତ କରାଯାଉଛି। ଶିଳ୍ପୀ ବଳରାମ ମଣ୍ଡଳଙ୍କ ଦ୍ବାରା ନିର୍ମିତ ଦେବୀ ମା’ଙ୍କର ରୂପା ଅଳଙ୍କାର ଖୋଦିତ ମୃଣ୍ମୟୀ ମୂର୍ତି ବେଶ ଚିତ୍ତାକର୍ଷକ ହୋଇଛି। କାଳୀପୂଜା ଉପଲକ୍ଷେ ୮ ଦିନଧରି ପୂଜାମଣ୍ଡପ ପରିସ ରିସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟାରେ କମିଟି ତରଫରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବା ସହିତ ସଂକୀର୍ତ୍ତନର ଆୟୋଜନ ମଧ୍ୟ କରାଯାଇଛି। ଆଜି ସନ୍ଧ୍ୟା ରେ ପୂର୍ବତନ ମତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ହେଇ ରଙ୍ଗା ରଙ୍ଗ କାଯ୍ୟ କ୍ରମକୁ ଉଦଘାଟନ କରିବା ସହିତ ମାଙ୍କ ଆଶୀର୍ବାଦ ନେଇ ଥିଲେ। ଭକ୍ତମାନଙ୍କର ମନୋରଞ୍ଜନ ନିମନ୍ତେ ଆଜି ଠାରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ର କ୍ରମର ବ୍ୟବସ୍ଥା କରାଯାଇଛି। ମୀନାବଜାର ସାଙ୍ଗକୁ କୋଲକାତାରୁ ଆସିଥିବା ମେକାନିଜମ ସିଷ୍ଟମ ଭକ୍ତମାନଙ୍କୁ ଅଧିକ ଆକୃଷ୍ଟ କରିଛି। ଚଳିତ ବର୍ଷ କମିଟିର ସଭାପତି ସୁଧାଂଶୁ କୁମାର ପାଣିଗ୍ରାହୀ, ଉପସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହୀ, ସମ୍ପାଦକ ବିନୟ କୁମାର ସାହୁ, ସହ ସମ୍ପାଦକ କୃଷ୍ଣଚନ୍ଦ୍ର ମହାକୁଡ ଓ କୋଷାଧ୍ୟକ୍ଷ ଭାବେ ଯୋଗେଶ୍ବର ସାହୁ ଏବଂ ଅରୁଣ କୁମାର ପାଣିଗ୍ରାହୀ କାର୍ଯ୍ୟ ସମ୍ପାଦ ଦନ କରୁଥିବା ବେଳେ ମୁଖ୍ୟପୂଜକ ଭାବେ ନଳିନ କୁମାର ଦାସ, ପୁସ୍ତକାଚାର୍ଯ୍ୟ କମଲ ଲୋଚନ ଆଚାର୍ଯ୍ୟ, ଚଣ୍ଡୀ ସତ୍ୟରଞ୍ଜନ ଦା ଦାସ ଓ କ କର୍ତ୍ତା ଭାବେ ଗୋବିନ୍ଦ ପାଣିଗ୍ରାହୀ କାର୍ଯ୍ୟ ସମ୍ପା ସମ୍ପାଦନ କରୁଛନ୍ତି । ଏଥିରେ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ ଯାଗ କରିଥିବା ଜଣାଯାଇଛି।