୧୩ ଓ ୧୬ ନଂ ୱାର୍ଡରେ ବିଧାୟକଙ୍କ ନିର୍ବାଚନ ପ୍ରଚାର

ବୁଗୁଡ଼ା, (ଅନିଲ କୁମାର ମହାରଣା) : ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପରିପ୍ରେକ୍ଷୀରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଅପରାହ୍ନରେ ୧୩ ଓ ୧୬ ନଂ ୱାର୍ଡରେ ଘରକୁ ଘର ବୁଲି ବିଜୁ ଜନତା ଦଳର ଅଧ୍ୟକ୍ଷା ଓ କାଉନସିଲର ମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ପ୍ରଚାର କରିଥିଲେ । ବିଜୁ ଜନତା ଦଳର ଅଧ୍ୟକ୍ଷା ପ୍ରାର୍ଥୀନୀ ସଙ୍ଗୀତ ବେହେରା ଏବଂ ୧୩ ନଂ ୱାର୍ଡର କାଉନସିଲର ପ୍ରାର୍ଥୀନୀ କୁମୁଦିନୀ ସାହୁ, ଓ ୧୬ ନଂ ୱାର୍ଡର କାଉନସିଲର ପ୍ରାର୍ଥୀ ସଚିନ୍ଦ୍ର ମଳିକ ଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ସହ ପ୍ରଗତି ରଥକୁ ଆଗେଇ ନେବାକୁ ବିଧାୟକ ଶ୍ରୀ ସାହୁ ପଥପ୍ରାନ୍ତ ସଭାରେ ସହରର ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏଥିସହ ୧୩ ଓ ୧୬ ନଂ ୱାର୍ଡ ରେ ବିଧାୟକ ଶ୍ରୀ ସାହୁ ଦଳୀୟ ନିର୍ବାଚନ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ବିଧାୟକଙ୍କ ସହ ପୋଲସରା ନଗର ବିଜେଡି କର୍ମକର୍ତ୍ତା ଓ କର୍ମୀ ବୃନ୍ଦ ପ୍ରଚାର କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ