୧୩ କୋଟି ଟଙ୍କାର ସ୍ୱର୍ଣ୍ଣ ମୁଦ୍ରା

ଆପଣଙ୍କୁ ବହୁ ଦାମୀ ତଥା ମୂଲ୍ୟବାନ୍ କଣ୍ଢେଇ, ମଦ, ପୋଷାକ, ଘଣ୍ଟା, ଶାଢ଼ି ବିଷୟରେ ଉଲ୍ଲେଖ ଜଣାଇଛୁ । ଏବେ ଆମେ ଏଠାରେ ଏକ ସ୍ୱର୍ଣ୍ଣ ମୁଦ୍ରା ବିଷୟରେ ଉଲ୍ଲେଖ କରିବାକୁ ଯାଉଛୁ, ଯାହାର ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅଷ୍ଟ୍ରେଲିଆ ସରକାରଙ୍କ ଦ୍ୱାରା ଗୋଟିଏ ମହଙ୍ଗା ସ୍ୱର୍ଣ୍ଣ ମୁଦ୍ରା ତିଆରି କରାଯାଇଛି । ଏହାର ଦାମ୍ ୧.୮ ନିୟୁତ ଡଲାର୍‌, ଭାରତୀୟ ମୁଦ୍ରାରେ ପାଖାପାଖି ତେର କୋଟି ଟଙ୍କା । ଏହା ଏକ ବୈଧ ମୁଦ୍ରା । ଶହେ ପ୍ରତିଶତ ଖାଣ୍ଟି ସୁନାରେ ତିଆରି ହୋଇଥିବା ଏହି ମୁଦ୍ରାର ଓଜନ ଦୁଇ କିଲୋଗ୍ରାମ୍ । ଏଥିରେ ଚାରିଟି ବିରଳ ଗୋଲାପୀ ହୀରା ଖଞ୍ଜାଯାଇଛି, ଯାହା ମୁଦ୍ରାକୁ ମହାର୍ଘ କରିଛି । ତା’ ଛଡ଼ା ମୁଦ୍ରା ଉପରେ ରହିଛି ଭାସମାନ ଜାହାଜ ଏବଂ ସେହି ଦେଶରେ ଦେଖାଯାଉଥିବା ବବ୍ ଗଛର ଚିତ୍ର । ନିଲାମ ଆକାରରେ ଏହା ବିକ୍ରି ହେବ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ