୧୩ ଘଣ୍ଟାରେ ୫୩ ଜଣଙ୍କ ଓଜନ କମାଇବା ସର୍ଜରୀ କଲେ ୧୧ ଡାକ୍ତର

ମଧ୍ୟପ୍ରଦେଶର ବାରିଆଟ୍ରିକ୍ ସର୍ଜନ୍ ଡାକ୍ତର ମୋହିତ ଭଣ୍ଡାରି ୧୩ ଘଣ୍ଟାରେ ୩୫ ମହିଳାଙ୍କ ସମେତ ୫୩ ଜଣଙ୍କ ସର୍ଜରି କରି ଏକ ନୂଆ କୀର୍ତ୍ତିମାନ୍ ସୃଷ୍ଟିକରିଛନ୍ତି । ଡାକ୍ତର ମୋହିତ ଭଣ୍ଡାରି କହିବାନୁସାରେ, ସେ ନିଜର ୧୦ ଜଣିଆ ଟିମ୍ ସହ ମେ’ ୧ ତାରିଖ ଦିନ ସକାଳ ୬ଟାରୁ ସଂଧ୍ୟା ୭ଟା ୨୦ ମିନିଟ୍ ମଧ୍ୟରେ ୫୩ ଜଣଙ୍କର ବାରିଆଟ୍ରିକ୍ ସର୍ଜରି କରିଥିଲେ । ସର୍ଜରି କରାଯାଇଥିବା ରୋଗୀଙ୍କ ବୟସ ୨୩ରୁ ୬୮ ବର୍ଷ ବୟସ ମଧ୍ୟରେ ସୀମିତ ବୋଲି ଡାକ୍ତର ମୋହିତ ଭଣ୍ଡାରି କହିଛନ୍ତି । ସର୍ଜରି ପରେ ସମସ୍ତେ ସୁସ୍ଥ ଅଛନ୍ତି ।
ସର୍ଜରି କରାଯାଇଥିବା ଲୋକଙ୍କ ଓଜନ ୧୦୦ରୁ ୧୮୨ କିଲୋଗ୍ରାମ ମଧ୍ୟରେ ସୀମିତ ଥିଲା । ସେମାନଙ୍କ ମଧ୍ୟରେ ଗୁଜରାଟର ୨୨ ଜଣ, ମଧ୍ୟପ୍ରଦେଶର ୭ ଜଣ, ମହାରାଷ୍ଟ୍ରର ୫ ଜଣ, ରାଜସ୍ଥାନରୁ ୯ ଜଣ, ବାଲାଂଦେଶର ଜଣେ, କେନିଆର ଜଣେ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ଝାରଖଣ୍ଡରୁ କିଛି ରୋଗୀ ଥିଲେ । ସର୍ଜରିର ଗୋଟିଏ ସପ୍ତାହ ପୂର୍ବରୁ ମୁଁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ର ଲଣ୍ଡନ୍ ସ୍ଥିତ ମୁଖ୍ୟାଳୟକୁ ସୂଚନା ଦେଇଥିଲି । ସବୁ ସର୍ଜରିର ଲାଇଭ୍ ଟେଲିକାଷ୍ଟ୍ କରାଯାଇଥିଲା । ସର୍ଜରି ପରେ ଏହାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ରେ ସାମିଲ କରାଯାଇଛି ବୋଲି ସେ କହିଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ