୧୩ ଜଣ ବିଶ୍ୱବିଦ୍ୟାଳୟ ଟପର ସମ୍ବର୍ଦ୍ଧିତ ଓ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ପିପୁଲସ କଲେଜର ଆଇ.ଆର.ପି.ଏମ. ସମ୍ମାନ ବିଭାଗ ପକ୍ଷରୁ ଜୁଲାଇ ୨୭ ତାରିଖ ଦିନ ବୁଦ୍ଧଖୋଲର ପର୍ଯ୍ୟଟନ ବିଭାଗ ପାନ୍ଥନିବାସରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ ଏହି ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରିଥିଲେ । ଅତିଥିଭାବେ ଆଇଆରପିଏମ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଭଞ୍ଜନ ମୁନି, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼ଃ ସଞ୍ଜୟ କୁମାର ପ୍ରଧାନ, ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଆତ୍ମପ୍ରକାଶ ନାୟକ, ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼ଃ ଜୟରାମ ବିଷୋୟୀ, ଆଇଆରପିଏମ ବିଭାଗ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀ ଏବଂ ଅଧ୍ୟାପିକା ଅନିତା ଦେବୀ ଓ ସୁରାଜିତା ସାହୁ ଯୋଗ ଦେଇଥିଲେ । ଅତିଥି ବୃନ୍ଦ ୨୦୧୮, ୨୦୧୯, ୨୦୨୦ ଓ ୨୦୨୧ ବର୍ଷର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଆଇ.ଆର.ପି.ଏମ. ସମ୍ମାନ ବିଭାଗ ପରୀକ୍ଷାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ପିପୁଲସ କଲେଜର ୧୩ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଥିବା ବେଳେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ହେଲେ, ୨୦୧୮ ମସିହାରେ ଗୋଲଖ ଚନ୍ଦ୍ର ସ୍ବାଇଁ(ପ୍ରଥମ), ପପୀନା ପାଣିଗ୍ରାହୀ(୨ୟ) ଓ ସୁଧୀର କୁମାର ସାହୁ(୮ମ), ୨୦୧୯ ମସିହାରେ ସନ୍ତୋଷି କୁମାରୀ ସାହି(୩ୟ), ସୋନାଲି ଖଟୁଆ(୪ର୍ଥ), ଚିନ୍ମୟୀ ପାତ୍ର(୭ମ), ଲକ୍ଷ୍ମୀ ନାହାକ (୮ମ), ଓ ମିଲ୍ଲୀ ଗୌଡ଼(୯ମ), ୨୦୨୦ ମସିହାରେ ସନ୍ଧ୍ୟାରାଣୀ ମହାନ୍ତି ଓ ସ୍ବର୍ଣ୍ଣଲତା ଭୂୟାଁ( ଯୁଗ୍ମ ୮ମ) ଏବଂ ବନିତା ବିଷୋୟୀ (୯ମ) , ୨୦୨୧ ମସିହାରେ ପିଙ୍କି ଦଳାଇ(ପ୍ରଥମ) ଓ ଅନୁରାଧା ମହାପାତ୍ର(୭ମ) । ସେହିପରି ଆଇ.ଆର.ପି.ଏମ. ବିଭାଗର ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ଅତିଥି ବୃନ୍ଦ ଆଇ.ଆର.ପି.ଏମ. ବିଭାଗ ଛାତ୍ରଛାତ୍ରୀଙ୍କ ଗୁରୁ ଦାୟିତ୍ୱ ବିଷୟରେ ବକ୍ତବ୍ୟ ପ୍ରଦାନ କରିବା ସହ ସେମାନଙ୍କ ଭବିଷ୍ୟତ ଜୀବନ ଉଜ୍ଜଳମୟ ହେବାପାଇଁ କାମନା କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ୮୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ