୧୩ ଟି ବାଇକ ଜବତ, ୪ ଗରଫ
ପାରଳାଖେମୁଣ୍ଡି (ପ୍ରଭାତ କୁମାର ପାତ୍ର):ଗଜପତି ଜିଲ୍ଲା ମୋହନା ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା। ୧୩ ଟି ବାଇକ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ମୋହନା ପୋଲିସ ପେଟ୍ରୋଲିୟମ କରୁଥିବା ସମୟରେ ସନ୍ଧେହ ଜନକ ଭାବେ ଏକ ବାଇକ୍ କୁ ଅଟକାଇ ଯାଞ୍ଚ କରିବା ପରେ ବହୁ ତଥ୍ୟ ସାମ୍ନାକୁ ଆସିଥିଲା। ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ୧୩ଟି ଚୋରା ବାଇକ୍ କୁ ଉଦ୍ଧାର କରିଛି ପୋଲିସ। ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି। ଚୋରା ବାଇକ୍ କାରବାର ସହ ଗଜେଇ ବେପାର ପାଇଁ କିଛି ଯୁବକ ଏଭଳି କାର୍ଯ୍ୟ କରୁଥିବା ପୋଲିସ ସନ୍ଧେୟ କରୁଛି। ଆସନ୍ତା ଦିନରେ ବାଇକ୍ ଚୋରୀ ରୋକିବା ଦିଗରେ ପୋଲିସ୍ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା ବୋଲି ଏସ୍ ପି ସାରା ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଲୁହାଗଡିର ପିଙ୍କୁ ନାୟକ, ନାରଙ୍ଗିର ସୁମିତ ନାୟକ, ବାଦପୁର ବାବୁଲା ନାୟକ ଓ ନୂଆସାହିରୁ ଟୁକୁ ନାୟକ ବୋଲି ଜଣାପଡ଼ିଛି।