୧୩ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦଘାଟିତ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପୁରୀ ଜିଲ୍ଲା କୋଣାର୍କ ର ଚନ୍ଦ୍ରଭାଗା ବେଳାଭୁମି ଠାରେ ୧୩ ତମ ଆନ୍ତ ଜାତୀୟ ବାଲୁକା କଳା ଉତ୍ସବ ଉଦଘାଟନ ହୋଇଛି। ଆଜି ପ୍ରଥମ ଦିବସରେ ବାଲୁକା କଳା ମାଧ୍ୟମରେ ଆମ ସଂସ୍କୃତି ଓ ଐତିହ୍ୟର ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଛନ୍ତି ଦେଶ ବିଦେଶର ୧୦୦ ରୁ ଉର୍ଦ୍ଧ୍ୱ ବାଲୁକା କଳା ଶିଳ୍ପୀ ।ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ତ୍ରୟୋଦଶତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ କୁ ରାଜ୍ୟ ଯୁବ କ୍ରୀଡା ଓ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟିତ କରିଥିଲେ । ୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ବିଷୟବସ୍ତୁ ଉପରେ ଆଧାରିତ ବାଲୁକା କଳା ମାଧ୍ୟମରେ ଶିଳ୍ପୀମାନେ ଆମ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ବାର୍ତ୍ତା ପ୍ରଦାନ କରିଛନ୍ତି । ବାଲୁକା କଳା ମାଧ୍ୟମରେ ଚମତ୍କାର ବାଲୁକା କଳା ପ୍ରଦର୍ଶିତ କରି ଦର୍ଶକଙ୍କ ମନ ମୋହିଛନ୍ତି । ଚଳିତ ବର୍ଷ ଛଅ ଜଣ ବିଦେଶୀ କଳାକାର ଓ ଆମ ରାଜ୍ୟ ସମେତ ୧୦ଟି ରାଜ୍ୟର ବାଲୁକା ଶିଳ୍ପୀ ସହ ୨୫ ଜଣ ମହିଳା ବାଲୁକା ଶିଳ୍ପୀଙ୍କ ସମେତ ସମୁଦାୟ ୧୦୦ଜଣ ଶିଳ୍ପୀ ଏହି ଉତ୍ସବରେ ଅଂଶ ଗ୍ରହଣ କରିଛନ୍ତି । ୩୦ଟି ଷ୍ଟଲ ରେ ଶିଳ୍ପୀ ମାନେ ବାଲୁକା କଳା ପ୍ରଦର୍ଶିତ କରିଛନ୍ତି । ୫ଦିନ ଵ୍ୟାପୀ ଭିନ୍ନ ଭିନ୍ନ ବିଷୟବସ୍ତୁ ଉପରେ ଶିଳ୍ପୀ ମାନେ ସେମାନଙ୍କ କଳା ନୈପୁଣ୍ୟତା ପ୍ରଦର୍ଶନ କରିବେ । ଆଜିର ଉଦଘାଟନୀ ସମାରୋହରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା , ଓ ଟି ଡି ସି ଅଧକ୍ଷ ଲେଲିନ୍ ମହାନ୍ତି ,ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମ ଶ୍ରୀ ସୁଦର୍ଶନ ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।