୧୩ ତମ ଗାନ୍ଧୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉଦଯାପିତ ତୁକଲାକୁ ହରାଇ କାଣ୍ଡେସ୍ୱରୀ ଚମ୍ପିୟାନ

ବୋଡେ଼ନ,(ଦୁଲେଶ୍ୱର ବାଗ):ନୂଆପଡ଼ା ଜିଲ୍ଲା ଖଡିଆଳ ଗାନ୍ଧୀନଗର ଠାରେ ୧୩ ତମ ଗାନ୍ଧୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉଦଯାପିତ ହୋଇଯାଇଛି, ତୁକଲାକୁ ହରାଇ କଳାହାଣ୍ଡିର କଣ୍ଟେଶ୍ୱରି ଚମ୍ପିୟାନ ହୋଇଥିବାବେଳେ ଫାଇନାଲ ଖେଳରେ ତୁକାଲା ନିର୍ଦ୍ଧାରିତ ଓଭରରେ ୨୪୦ ରନର ଲକ୍ଷ ଦେଇଥିଲେ। ଏହାର ଜବାବରେ କଳାହାଣ୍ଡିର କଣ୍ଟେଶ୍ୱରି ୪ ଉଇକେଟ୍ ହରାଇ ୨୪୧ ରନ ସଂଗ୍ରହ କରିଥିଲେ। ଶେଷ ଓଭରରେ ଅନି ସଙ୍ଘର୍ଷ ପୂର୍ଣ୍ଣ ଖେଳ ପ୍ରଦର୍ଶୀତ କରି ୨ ବଲରେ ୬ ରନ ଲକ୍ଷ ପୂରଣ କରିଥିଲା। ଫଳରେ କଣ୍ଟେଶ୍ୱରି କଳାହାଣ୍ଡି ୬ ଉଇକେଟ ବିଜୟ ହୋଇ ଗାନ୍ଧୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଅଛି। ମୁଖ୍ୟ ଅତିଥି ରୂପେ ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଯୋଗ ଦେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜକଙ୍କୁ ସାଧୁବାଦ ଦେଇଥିଲେ। ମହିଳା ସେଚ୍ଛ ସାଥୀ ମାନେ ଟ୍ରଫି ପ୍ରଦାନ କରିଛନ୍ତି। ଅତିଥିଙ୍କ ଦ୍ଵାରା ଚମ୍ପିୟନ ଦଳକୁ ଟ୍ରଫି ସହ ୮୧ ହଜାର ଟଙ୍କା ନଗଦ ରାଶି ପ୍ରଦାନ କରିଥିଲେ। ସେହିପରି ରନର୍ସ ଅଫ୍ ଦ ରୁ ଟ୍ରଫି ସହ ୪୧ ହଜାର ଟଙ୍କା ପ୍ରଦାନ କରିଥିଲେ। ଅତିଥି ରୂପେ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଗୌତମ ତାଣ୍ଡି, ସାମ୍ବାଦିକ କୁନୁ କରୁଆଁ, ତପନ ଦାସ, ୱାର୍ଡ ସଭ୍ୟ ଯଶୋଦ, ଅନିଲ ସିନ୍ଦୁର, ଚକ୍ର କୁମାର, ମିଥୁନ ସିନ୍ଦୁର କ୍ଳବ୍ ସଭାପତି ସୁରେନ୍ଦ୍ର କୁମାର ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ