୧୩ ତମ ବିଜ୍ଞାନ କଳା ଓ ହସ୍ତ କର୍ମ ପ୍ରଦର୍ଶନୀ ଅନୁଷ୍ଠିତ

ନୂଆପଡା, (ଡୋଲେଶ୍ବର ବାଗ):ନୁଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସହରରେ ଅବସ୍ଥିତ ରାଜଶ୍ରୀ ପବ୍ଲିକ ସ୍କୁଲ ଠାରେ ୧୩ ତମ ବିଜ୍ଞାନ, କଳା ଓ ହସ୍ତକର୍ମ ପ୍ରଦର୍ଶନୀ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ଆୟୋଜିତ ହୋଇଥିବା ଉଦଘାଟନୀ ସଭାରେ ପୂର୍ବତନ ସିନାପାଲି ପଂଚାୟତ ସମିତି ଅଧକ୍ଷ୍ୟ ଶ୍ରୀଯୁକ୍ତ ନୀଳମଣି ମେହେର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଯିବି ତଥା ରାଜନୀତିଜ୍ଞ ଶ୍ରୀଯୁକ୍ତ ବୈଷମ୍ପାୟନ ମେହେର , ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ କୋମନା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କପିଳେଶ୍ୱର ପାତ୍ର ଓ ସମ୍ମାନିତ ଅତିଥି ଭାବରେ ସିନାପାଲି ସହ ଗୋଷ୍ଠୀ ଶିକ୍ଷ୍ୟାଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା, ଶିକ୍ଷ୍ୟାବିତ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର, ବିଦ୍ୟାଳୟ ର ଚ୍ୟାରମେନ ଶ୍ରୀଯୁକ୍ତ ରାଜେଶ କୁମାର ଅଗ୍ରୱାଲ,ଅବସର ପ୍ରାପ୍ତ ଆର୍ମି ଅଫିସର ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ତଥା ପ୍ରକଳ୍ପ ବିଚାରକ ଭାବରେ ଖରିଆର ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ର ଚ୍ୟାରମେନ ଶ୍ରୀଯୁକ୍ତ ପ୍ରବୀଣ କୁମାର ଠାକୁର, ଟିମନପୁର ଓଡିଶା ଆଦର୍ଶ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ବେହେରା ଓ ସୁଶ୍ରୀ ଅର୍ପିତା ଯୋଶୀ ଯୋଗ ଦେଇଥିଲେ । ସଭା ଆରମ୍ଭ ରେ ଅତିଥି ଗଣ ଦୀପ ପ୍ରଜ୍ବଳନ ପୂର୍ବକ ଦେବ ପୂଜନ କରି ବିଜ୍ଞାନ ମେଳା ର ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟ ର କୁନି କୁନି ଛାତ୍ରୀ ଗଣ ସଂଗୀତ ର ତାଳେ ତାଳେ ନୃତ୍ୟ ପରିବେଷଣ କରି ଅତିଥି ଗଣ ଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ପ୍ରଦର୍ଶନୀ ମେଳାରେ ବିଦ୍ୟାଳୟ ରେ ନର୍ସରୀ ରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ୧୫୦ ଜଣ ଛାତ୍ର ଛାତ୍ରୀ ବିଜ୍ଞାନ, କଳା ଓ ହସ୍ତକର୍ମ ସମ୍ୱନ୍ଧୀୟ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଅତିଥିଗଣ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ପାଠ ପ୍ରତି ଆଗ୍ରହୀ ହୋଇ ସବୁ ସ୍ଥାନ ଓ କାର୍ଯ୍ୟ ରେ ବୈଜ୍ଞାନିକ ମନୋଭାବ ଓଷଣ କଲେ ସେମାନଙ୍କ ତଥା ଦେଶର ଉନ୍ନତି ହେବ ବୋଲି ମତ ବ୍ୟକ୍ତ କରିଥିଲେ । ଶ୍ରେଣୀୱାରୀ ଉତ୍କୃଷ୍ଟ ପ୍ରକଳ୍ପ ପାଇଁ ଛାତ୍ର ଛାତ୍ରୀ ଗଣ ପୁରସ୍କୃତ ହୋଇଥିଲେ , ଶେଷରେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ବି କେ ସୁଷମା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ