୧୩ ଦଫା ଦାବିରେ ଓଡ଼ିଶା ରାଜ୍ୟ ଅସଂଗଠିତ ଶ୍ରମିକ ସଂଘ ସମନ୍ୱୟ କମିଟିର ଗଣଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଅସଂଗଠିତ ଶ୍ରମିକ ସଂଘ ସମନ୍ୱୟ କମିଟି ତରଫରୁ ବୁଧବାର ନିର୍ମାଣ ଓ ଅସଂଗଠିତ ଶ୍ରମିକମାନଙ୍କ ସମସ୍ୟା ସମ୍ବଳିତ ୧୩ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଶ୍ରୀ ନୃଚିଂହ ଚରଣ ମିଶ୍ର, ସାଧାରଣ ସମ୍ପାଦକ ଶ୍ରୀ ଦୀନବନ୍ଧୁ ସହୁ, ସଂଗଠନ ସମ୍ପାଦକ ନାରାୟଣ ପ୍ରଧାନ, ସହ ସମ୍ପାଦକ ରମେଶ ଜେନା, ଧୀରେନ ନାୟକଙ୍କ ନେତୃତ୍ୱରେ ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଛତ୍ରପୁର, ପୁରୀ, ଗଜପତି ଆଦି ପ୍ରାୟ ୧୫ଟି ଶ୍ରମଜିଲ୍ଲାରୁ ସଂଘର ପ୍ରତିନିଧିମାନେ ଯୋଗଦେଇ ଶ୍ରମିକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ତିନିବର୍ଷରୁ ଅଧିକ ଏକ ସ୍ଥାନରେ ରହିଥିବା ଶ୍ରମ ଅଧିକାରୀମାନଙ୍କ ବଦଳି, ଅସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡକୁ କାର୍ଯ୍ୟକାରୀ କରିବା, ନିର୍ମାଣ ଶ୍ରମିକ ସହାୟତା ପ୍ରଦାନର ସମୟସୀମା ନିର୍ଦ୍ଧାରଣ କରିବା, ରାଜ୍ୟର ସମସ୍ତ ଅସଂଗଠିତ ଶ୍ରମିକ କାର୍ଡ଼ ନବୀକରଣ କରିବା ଓ ରାଜ୍ୟହ ସମସ୍ତ ବାଲିଘାଟରେ ମେସିନ୍ ଲୋଡ଼ ବନ୍ଦ କରି ଶ୍ରମିକମାନଙ୍କ ଦ୍ୱାରା ବାଲି ବୋଝେଇ କରିବା ଆଦି ୧୩ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଶ୍ରମମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ର ଗ୍ରହଣ କରି ଆଗାମୀ ଦିନରେ କମିଟି ସହ ବିସ୍ତୃତ ଆଲୋଚନା କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ