୧୩ ନଂ ୱାର୍ଡ଼ରେ ମୁକ୍ତାକାଶ ବ୍ୟାୟାମଗାର ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ପୌରପାଳିକା ପକ୍ଷରୁ ୧୩ ନଂ ୱାର୍ଡ଼ ମାକଲପୁରଠାରେ ପ୍ରତିଷ୍ଠା ହୋଇଥିବା ଓପନ ଜିମ (ମୁକ୍ତାକାଶ ବ୍ୟାୟାମଗାର) ଶୁକ୍ରବାର ଉଦଘାଟିତ ହୋଇଯାଇଛି । ପୌରାଧ୍ୟକ୍ଷା ସବିତା ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସବୁ ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ଓ ଫିଟନେସ ବୃଦ୍ଧିରେ ଏହି ଜିମ୍ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ସ୍ଥାନୀୟ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ମୁକ୍ତେ ଯୋଜନାରେ ୫,୦୨୪୯୩ ଖର୍ଚ୍ଚ ଅଟକଳରେ ଏହି ଜିମ ସ୍ଥାପନ ହୋଇଥିବା ସେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ମୁକ୍ତା ଯୋଜନା ସହରର ବିକାଶ ଧାରାକୁ ଆଗେଇ ନେଇଥିବା ସେ ମତ ପ୍ରକାଶ କରିଛନ୍ତି । ସ୍ଥାନୀୟ କାଉନସିଲର ପ୍ରତିମା ବେହେରା ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ପୌରପାଳିକାର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଜୟ ହନୁମାନ ଏସଏଚଜି ଦ୍ୱାରା ସ୍ଥାପନ ହୋଇଥିବା ଏହି ଓପନ ଜିମ ଆମ ୱାର୍ଡ଼ର ଶୋଭା ବଢ଼ାଇଛି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡ଼ କର୍ମୀ ମନସ୍ୱିନୀ ସାମଲ, ଜୟ ହନୁମାନ ଏସଏଚଜି ସଭାପତି ନିବେଦିତା କାନୁନଗୋ, ସମ୍ପାଦିକା ସାବିତ୍ରୀ ବାରିକ, ପୌର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ବେହେରୋ, ମୁକ୍ତା ଯୋଜନା ଯନ୍ତ୍ରୀ ଦିବ୍ୟମାନ ମହାନ୍ତି ପ୍ରମୁଖ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ