୧୩ ପୂର୍ବରୁ ରଜ ପ୍ରସ୍ତୁତି ଚୂଡ଼ାନ୍ତ

ବ୍ରହ୍ମଗିରି (ଜୁଗାବ୍ଦ ନ୍ୟୁଜ୍‍):ଆସନ୍ତା ୧୪ ତାରିଖରେ ବ୍ରହ୍ମଗିରିର ଆରାଧ୍ୟା ମା’ବାଲିହରଚଣ୍ଡୀ ପୀଠରେ ରଜ ପର୍ବ ପାଳନ ଲାଗି ରବିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ୧୩ ତାରିଖ ପୂର୍ବରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଚଳିତ ବର୍ଷ ବାତ୍ୟା ଯୋଗୁ ବାଲି ହରଚଣ୍ଡୀପୀଠ ବୃକ୍ଷ ଶୂନ୍ୟ ହୋଇଯାଇଥିବାରୁ ରଜ ସମୟରେ ଅଧିକ ଛାଇ କରାଯିବା ସହିତ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ କଡ଼ା ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ରଜ ସମୟରେ ଟ୍ରାଫିକ ସମସ୍ୟା ଦିଗରେ ନଜର ଦେବା ପାଇଁ ପୁଲିସ ବିଭାଗକୁ ସତର୍କ କରାଯାଇଛି । ଚଳିତ ବର୍ଷ ବନ୍ତକୁ ପ୍ରବେଶ ପଥରେ ଯେଭଳି ସମସ୍ୟା ସୃଷ୍ଟି ନହୁଏ ସେଥିପାଇଁ ପ୍ରସ୍ତୁତ ରହିବାକୁ ବୈଠକରେ ପ୍ରସ୍ତାବ ନିଆଯାଇଛି । ପ୍ରସ୍ତୁତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା ମନ୍ଦିର ସେବାୟତ ନୀଳମଣୀ ସୁଆର ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯୋଗ ଦେଇଥିବା ବେଳେ ସେବାୟତ କମିଟି, ମନ୍ଦିର ପରିଚାଳନା କମିଟି ଓ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ