୧୩ ବର୍ଷ ପରେ ପୁଣି ଚର୍ଚ୍ଚାରେ ମନୋଜଙ୍କ ‘୧୯୭୧’

ଫିଲ୍ମ ରିଲିଜ ହେବାର ୧୩ ବର୍ଷ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଯାଇଛି ମନୋଜ ବାଜପେୟୀଙ୍କ ଫିଲ୍ମ ‘୧୯୭୧’। ଲୋକେ ଏହି ଲକଡାଉନ ମାହୋଲରେ ଏହି ସିନେମାକୁ ଖୁବ ପସନ୍ଦ କରୁଛନ୍ତି। ଏହି କାରଣରୁ ଏହି ଫିଲ୍ମର ୟୁଟ୍ୟୁବରେ ଭିଉଅର୍ସ ସଂଖ୍ୟା ବଢ଼ିଯାଇଛି। ସୂଚନାଯୋଗ୍ୟ ଯେ ଏହି ଫିଲ୍ମର ନିର୍ଦେଶନା ଅମ୍‌ତ ସାଗର ଦେଇଛନ୍ତି। ଏହି ସିନେମାରେ ମନୋଜଙ୍କ ବ୍ୟତୀତ ମାନବ କୌଲ, ପୀୟୂଷ ମିଶ୍ର, ଦୀପକ ଡବରିଆଲ ଓ ରବି କିଷନଙ୍କ ଭଳି ଅଭିନେତା ଅଭିନୟ କରିଥିଲେ। ଫିଲ୍ମରେ ସମସ୍ତ କଳାକାରଙ୍କ ଅଭିନୟକୁ ଖୁବ ପସନ୍ଦ କରାଯାଇଥିଲା। ଏହି ସିନେମା ୨୦୦୭ରେ ରିଲିଜ ହୋଇଥିଲା। ସେହି ସମୟରେ ଫିଲ୍ମକୁ ବହୁତ ପସନ୍ଦ କରାଯାଇଥିଲା। କିନ୍ତୁ କେତେକ କାରଣ ପାଇଁ ‘୧୯୭୧’ ଫିଲ୍କକୁ ବ୍ୟବସାୟିକ ସଫଳତା ମିଳି ନ ଥିଲା। ମିଳିଥିବା ସୂଚନାନୁସାରେ ଲକଡାଉନ ସମୟରେ ଅଚାନକ ନିର୍ଦେଶକ ଅମ୍‌ତ ସାଗର ଏହି ଫିଲ୍ମକୁ ୟୁଟ୍ୟୁବ ଚାନେଲରେ ଲୋଡ଼ କରିଥିଲେ। ଦେଖୁ ଦେଖୁ ଫିଲ୍ମଟି ଏଭଳି ଭାବେ ଭାଇରଲ ହେବାରେ ଲାଗିଥିଲା ଯେ ମାତ୍ର ୧୫ ଦିନରେ ଦେଢ଼ କୋଟିରୁ ଅଧିକ ଲୋକ ଏହାକୁ ଦେଖିଥିଲେ। ଅମ୍‌ତ କହିଛନ୍ତି ଯେ ଜଣେ ବ୍ୟକ୍ତି ଏହି ଫିଲ୍ମକୁ କିପରି ଦେଖିପାରିବେ ବୋଲି ମନୋଜଙ୍କୁ ଟ୍ବିଟ କରି ପଚାରିଥିଲେ। ତେଣୁ ସେ ଏହି ଫିଲ୍ମ ୟୁଟ୍ୟୁବରେ ଲୋଡ଼ କରିଥିବା ଅମ୍‌ତ କହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଫିଲ୍ମଟି ୧୯୭୧ ଯୁଦ୍ଧ ବନ୍ଦୀଙ୍କ ଉପରେ ଆଧାରିତ। ମନୋଜ ଫିଲ୍ମକୁ ନେଇ ଅନେକଗୁଡ଼ିଏ ଟ୍ବିଟ କରିଥିଲେ। ସେ ଲେଖିଥିଲେ ଯେ ଏହି ସିନେମା ଏପରି ଏକ ବିଷୟ ଉପରେ ଆଧାରିତ ଯାହା ସମସ୍ତେ ଦେଖିବା ଉଚିତ। ସୋସାଲ ମିଡିଆରେ ଫିଲ୍ମକୁ ମିଳିଥିବା ପ୍ରତିକ୍ରିୟା ଅଦ୍ଭୁତ। ଯଦିଓ ସୋସାଲ ମିଡିଆ କାରଣରୁ ‘୧୯୭୧’ ଫିଲ୍ମଟି ଏବେ ଚର୍ଚ୍ଚାରେ ରହିଛି। କିନ୍ତୁ ଏହାକୁ ୨୦୦୭ରେ ବେଷ୍ଟ ଫିଚର ଫିଲ୍ମ ପୁରସ୍କାର ମିଳିସାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ