୧୪ତମ ଆଦିତ୍ୟନାଥ ମେମୋରିଆଲ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି
ଭୁବନେଶ୍ୱରର ରାମେଶ୍ୱରକୁ ହରାଇ ଭଦ୍ରକର ୟୁନିକ ଇଲେଭେନ ଚାମ୍ପିଅନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ରଘୁନାଥପୁର ଖେଳ ପଡିଆରେ ଅନୁଷ୍ଠିତ ଆଦିତ୍ୟନାଥ ମେମୋରିଆଲ ୧୪ତମ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି ଉଦଯାପିତ ହୋଇଯାଇଛି । ଉଦଯାପନୀ ଫାଇନାଲ ମ୍ୟାଚ ଭୁବନେଶ୍ୱରର ରାମେଶ୍ୱର ଟିମ ସହିତ ଭଦ୍ରକର ୟୁନିକ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାମେଶ୍ୱରୁ ହରାଇ ୟୁନିକ ଇଲେଭେନ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ରାମେଶ୍ୱର କ୍ରିକେଟ ଟିମ ଟସଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ଓଭରରେ ଖେଳର ୨୪ଓଭରରେ ସମସ୍ତ ଉଇକେଟ ହରାଇ ୧୪୪ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ କୃଷ୍ଣଚନ୍ଦ୍ର ବାରିକ ୪୪ଟି ବଲରୁ ୨ଟି ଛକା ଓ ୪ଟି ଚୌକା ସହାୟତାରେ ୪୫ରନ ଓ ବିଶ୍ୱଜିତ ଭୂୟାଁ ୨୨ଟି ବଲରୁ ଗୋଟିଏ ଛକା ଓ ୬ଟି ଚୌକା ସହାୟତାରେ ୩୫ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର କ୍ଷିତିଶ ମହାନ୍ତି ୪ଓଭର ବୋଲିଂ କରି୨୦ରନ ବ୍ୟୟ କରି ୨ଟି ଉଇକେଟ ଓ ପ୍ରକାଶ ଜେନା ୫ଓଭର ବୋଲିଂ କରି ୨୦ରନ ଦେଇ ୩ଟି ଉଇକେଟ ପାଇଥିଲେ । ଜବାବରେ ୟୁନିକ ଇଲେଭେନ କ୍ରିକେଟ ଟିମ ଭଦ୍ରକ ୨୨.୨ଓଭରରେ ୮ଉଇକେଟ ହରାଇ ୧୪୫ରନ କରି ବିଜୟ ହେବା ସହ ଚାମ୍ପିଅନ ହୋଇଥିଲା । ଦଳ ପକ୍ଷରୁ ଶୁଭମ ଶତ୍ରୁଜିତ ୩୪ଟି ବଲରୁ ୩ଟିଛକା ଓ ୬ଟି ଚୌକା ସହାୟତାରେ ୫୭ରନ ଓ ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ୩୧ଟି ବଲରୁ ଗୋଟିଏ ଛକା ଓ ୭ଟି ଚୌକା ସହାୟତାରେ ୪୩ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ଲାଲୁ ମହାନ୍ତି ୫ ଓଭର ବୋଲିଂ କରି ୨୫ରନ ଦେଇ ୩ଟି ଉଇକେଟ ଓ ଆଶୁତୋଷ ସାହୁ ୫ଓଭର ବୋଲିଂ କରି ୪ରନ ଦେଇ ୨ଟି ଉଇକେଟ ପାଇଥିଲେ । ଉଦଯାପନୀ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଅବସରପ୍ରାପ୍ତ ଶିକ୍ଷକ ଗୋପିନାଥ ନାୟକ, ସକୁନ୍ତଳା ନାୟକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି, ସରପଞ୍ଚ ରୀତାଞ୍ଜଳୀ ସାମଲ, ଦେବେନ୍ଦ୍ର କୁମାର ଦାସ, ସୁରେଶ ଚନ୍ଦ୍ର ପତି, ଶ୍ୟାମସୁନ୍ଦର ଶତପଥି, ବଟକୃଷ୍ଣ ମାଝୀ, ମୋହନ ରାୟ ଯୋଗଦେଇ ଚାମ୍ପିଅନ ଓ ରନଅର୍ସଅପ ଦଳକୁ ନଗଦଅର୍ଥ ଓ ଟ୍ରଫି ସହ ପୁରସ୍କୃତ କରିଥିଲେ । ମ୍ୟାନ ଅଫଦି ମ୍ୟାଚ ଭାବେ ଭଦ୍ରକର ଶୁଭମ ଶତ୍ରୁଜିତ ଓ ମ୍ୟାନ ଅଫ ଦି ସିରିଜ ଭାବେ ଭୁବନେଶ୍ୱରର ଗିରିଜା ମିଶ୍ରଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଖଗେଶ୍ୱର ମଲ୍ଲିକ ଓ ଆଶୁତୋଷ ପାଣି ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଜୟନ୍ତ ନାୟକ, ଚିନ୍ମୟ ରାଉତରାୟ ଓ ଭାଷ୍ୟକାର ଭାବେ ପ୍ରଦୀପ୍ତ ନାୟକ , ଗୋପିନାଥ ମାଝୀ ଓ ବିଣ୍ଣୁ ବୋଇତାଇ ଧାରାବିବରଣୀ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।