୧୪ତମ ଗୁରୁଦକ୍ଷିଣା ସମ୍ମାନ
ଭୁବନେଶ୍ୱର, : ଅଗ୍ରଣୀ ନୃତ୍ୟାନୁଷ୍ଠାନ ‘କଳାଶ୍ରମ’ ତରଫରୁ ୧୪ତମ ଗୁରୁ ଦକ୍ଷିଣା ଉତ୍ସବ-୨୦୧୯ ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ଓଡ଼ିଆ ଭାଷା ଓ ସଂସ୍କୃତି ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏବଂ ଅଶୋକ କୁମା ତ୍ରିପାଠୀ ଯୋଗ ଦେଇଥିଲେ । •ରିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ କଳାଶ୍ରମ ଭୁବନେଶ୍ୱର ତରଫରୁ ଓଡ଼ିଶୀ ନୃତ୍ୟ ପଞ୍ଚବେଦ ଶ୍ରୁତି ପରିବେଷଣ କରାଯାଇଥିଲା । ପରେ ପରେ କୋଲକତାର ପରମାଇତ ମଇତ୍ରା ଓ ଗ୍ରୁପ୍ ମାନଙ୍କ ଦ୍ୱାରା କଥକ ନୃତ୍ୟ ବେଶ୍ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ତାପରେ ଭିନ୍ନକ୍ଷମ ଶିଳ୍ପୀ ସତ୍ୟବ୍ରତ ସାହୁ ଏବଂ ସାଗରିକା ସାହୁଙ୍କ ଦ୍ୱାରା ସେମି କ୍ଲାସିକାଲ ନୃତ୍ୟ ଡ଼ୁଏଟ ପରିବେଷଣ ଦର୍ଶକମାନଙ୍କର ମନମୁଗ୍ଧ କରିଥିଲା । ଶେଷରେ କେନ୍ଦୁଝରର ଗୁରୁ ମାଗୁଣି ଚରଣ କୁଅଁର ଏବଂ ଗ୍ରୁପ୍ଙ୍କ ଦ୍ୱାରା ପୁପେଟ୍ ଡ଼୍ୟାନ୍ସ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୁରୁ ନିତ୍ୟାନନ୍ଦ ଦାସ, ଗୁରୁ ଗଜେନ୍ଦ୍ର ପଣ୍ଡା ଓ ଗୁରୁ ବିଜୟ କୁମାର ସାହୁ ପ୍ରମୁକ ଉପସ୍ଥିତ ଥିଲେ ।


