୧୪ଦିନରେ ପହଞ୍ଚିଲା ମେଡିକାଲ ଆନ୍ଦୋଳନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସିଟି ହସପିଟାଲ ଦାବିରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ରିଲେ ଗଣଧାରଣା ୧୪ଦିନରେ ପହଞ୍ଚିଛି । ଗତ ୨୪ତାରିଖରୁ ଆରମ୍ଭ ହୋଇଥିବା ଗଣଧାରଣା କେନ୍ଦ୍ରାପଡା ସହରର ଜନତାଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଆନ୍ଦୋଳନରେ ସାମିଲ ହୋଇ ସିଟି ହସପିଟାଲ ପାଇଁ ଦାବି କରୁଛନ୍ତି । କେନ୍ଦ୍ରାପଡା ପୈାରସଂସ୍ଥାର ସରକାରୀ ଦଳର କାଉନସିଲରମାନେ ଗାଦି ବଞ୍ଚାଇବା ଭୟରେ ଆନ୍ଦୋଳନରେ ସାମିଲ ହେଉନାହାନ୍ତି । ବିଜେଡିର ଅଧିକାଂଶ ନେତା ଓ କର୍ମୀ ଆନ୍ଦୋଳନକୁ ସମର୍ଥନ କରୁଥିଲେ ବି ଗାଦି ଚାଲିଯିବା ଭୟରେ ଧାରଣାସ୍ଥଳରୁ ଦୂରରେ ରହୁଛନ୍ତି । ଗତ ୧୭ତାରିଖ ଠାରୁ ମେଡିକାଲ ଆନ୍ଦୋଳନ ଆରମ୍ଭ ହୋଇଥିଲେବି ଏପର୍ଯ୍ୟନ୍ତ ସରକାର ନିରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସନ୍ଧ୍ୟାରେ ଉପଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ ଡାକିଥିଲେ । ଆନ୍ଦୋଳନକାରୀଙ୍କ ପକ୍ଷରୁ ବିଜେପିର ବରିଷ୍ଠ ନେତା ବୈଦ୍ୟନାଥ ଚାଟାର୍ଜୀ, ଆଇନଜୀବୀ ସରୋଜରାଜ ସିଂ, ପ୍ରାକ୍ତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ବିଜେପିି ନେତା ମହମ୍ମଦ ସଲିମ ଖାନ, ପୂର୍ବତନ କାଉନସିଲର ହିବଜୁର ରହେମାନ, ସିପିଆୟ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସୈାମେନ୍ଦ୍ର ପୃଷ୍ଟି, ସୟଦ ଅକମଲ ଅଲ୍ଲୀ, କ୍ଷିତିଶ ରୋସନ ସିଂ, ପଦ୍ମଲୋଚନ ମହାପାତ୍ର ପ୍ରମୁଖ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ବି ଆଲୋଚନାରୁ କୈାଣସି ସୁଫଳ ମିଳିନଥିବା ଆନ୍ଦୋଳନକାରୀ କହିଛନ୍ତି । ରିଲେ ଗଣଧାରଣା ସହିତ ଅନ୍ୟ କିଛି ପନ୍ଥା ଆପଣେଇବାର ଯୋଜନା ରହିିଛି ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ଆଜିର ଗଣଧାରଣାକୁ ସିପିଆଇ(ଏମ) ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ବିଜେପି ନେତା ମହମ୍ମଦ ସଲିମ ଖାନ, ପୂର୍ବତନ କାଉନସିଲର ହିବଜୁର ରହେମାନ, ସୈାମେନ୍ଦ୍ର ପୃଷ୍ଟି, ପ୍ରଶାନ୍ତ କୁମାର ସିଂ, ଗୋପାଳ ଚରଣ ମହାପାତ୍ର, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ହେମନ୍ତ କୁମାର ଜେନା, ସି.ପି.ଆଇ. ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଚିତ୍ତରଞ୍ଜନ ଭଗତ, ଆପ ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, ମୁକ୍ତାର ଖାଁ, ସୟଦ ଅକମଲ ଅଲ୍ଲୀ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ରଘୁନାଥ ଦଳାଇ, ଜଗତଜୀବନ ଦାଶ, କ୍ଷିତିଶରୋସନ ସିଂ, କାଉନସିଲର ରଶ୍ମୀତା ସିଂହ, ଜୟନ୍ତୀ ପାଣି, ନାରୀନେତ୍ରୀ ଫାହିମା ବେଗମ, ବିପିନ ବିହାରି ପରିଡା,ଅବଦୁଲ ମଜିଦ ପ୍ରମୁଖ ସମର୍ଥନ କରି ବକ୍ତବ୍ୟ ରଖିବା ସହିତ ଆନ୍ଦୋଳନକୁ ଆହୁରି ଯୋରଦାର କରିବାକୁ ଘୋଷଣା କରିଥିଲେ ।