୧୪୦ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ପ୍ରଦାନ

ହାଟଡ଼ିହି, (ସରୋଜ ପଣ୍ଡା):ହାଟଡିହି ବ୍ଲକ ପରିସରରେ ଆଜି ୧୪୦ଜଣ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ଯେଉଁ ଭିନ୍ନକ୍ଷମ ମାନେ ଅନଲାଇନ ମାଧ୍ୟମରେ ଏହି ଟ୍ରାଇସାଇକେଲ ପାଇଁ ଆବେଦନ କରିଥିଲେ ସେହି ମାନଙ୍କୁ ଏହି ଟ୍ରାଇ ସାଇକେଲ ଯୋଗାଇ ଦିଆଯାଇଛି ।କେନ୍ଦୁଝର ଯାଇ ଆଣିବା କଷ୍ଟକର ହୋଇପଡୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି । ବିଡିଓ ସୁଶ୍ରୀ ବିନିତା ବିଜୟିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବଣ୍ଟନ ମେଳାରେ ଜିଲ୍ଲାପାଳ ଆଶିଷ ଠାକରେ, ଏସପି ମିତ୍ରଭାନୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଜିଲ୍ଲାପରିଷଦ ଉପାଦ୍ୟକ୍ଷ ସୋମନାଥ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ପ୍ରମୁଖ ଉପସ୍ଥିତ ରହି ଏହି ଭିନ୍ନକ୍ଷମ ମାନଙ୍କୁ ଟ୍ରାଇସାଇକେଲ ବଣ୍ଟନ କରିଛନ୍ତି । ଏହାଦ୍ୱାରା ଏହି ଭିନ୍ନକ୍ଷମ ମାନେ ସହଜରେ ଯାତାୟତ କରିପାରିବା ସହ ସାମାଜରେ ନିଜକୁ କୌଣସି ଗୁଣରେ କମ ନୁହଁନ୍ତି ବୋଲି ଭାବିବେ ନାହିଁ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ