୧୪୪ଧାରା ଜାରି ସତ୍ୱେ ନିର୍ମାଣ କାର୍ଯ୍ୟ ଚାଲିଛି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ପଞ୍ଚାୟତର କଟକ- ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ଥିବା ଏକ ଜମି ଉପରେ ୧୪୪ ଧାରା ଜାରି ସତ୍ୱେ ଜୋରଜବରଦସ୍ତ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଘୋଷାଲ ପରିବାରର ଏକ ପୈତୃକ ଜମିକୁ ଚକବନ୍ଦୀ କାଗଜାଦରେ ଭୁଲ ସତ୍ତ୍ୱ୍ୱଲିପିର ସୁଯୋଗ ନେଇ ଅପରପକ୍ଷ ଏହାକୁ ବିକ୍ରୟ କଲେ ମଧ୍ୟ ପୁରୁଷାନୁକ୍ରମେ ଘୋଷାଲ ପରିବାର ଏହାକୁ ଭୋଗ ଦଖଲ କରିଆସୁଛନ୍ତି । ଏକ ବିବାଦୀୟ ପଟ୍ଟାକୁ ଉଲ୍ଲେଖ କରି ମାହାଙ୍ଗା ବ୍ଲକର କୁରୁଜଙ୍ଗା ପଞ୍ଚାୟତ ତଥା ମଙ୍ଗଳପୁର ଗ୍ରାମର କ୍ରେତା ସବକଲେକ୍ଟରଙ୍କ ୧୪୪ ଧାରା ଆଦେଶକୁ ପୋଲିସ ମାଧ୍ୟମରେ ଜାରି କରାଇଥିଲେ ମଧ୍ୟ ସେହି ନିର୍ଦେଶନାମାକୁ ଭ୍ରୁକ୍ଷେପ ନକରି ଜୋର ଜବରଦସ୍ତ ଖାତା ନମ୍ବର- ୧୩୮୮ ଓ ପ୍ଲଟ ନମ୍ବର- ୨୪୨୭ ସ୍ମ ଏ୦.୦୬ ଡେସିମିଲ ୩କଡି ଜମି ଉପରେ ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ସେହି ନିର୍ଦେଶରେ ଉଭୟ ପକ୍ଷ ସଂପୃକ୍ତ ବିବାଦୀୟ ଜମିକୁ ନଯିବା ପାଇଁ ବାରଣ କରାଯାଇଥିବା ସହ ଆଇନଶୃଙ୍ଖଳା ରକ୍ଷା ତଥା ଶାନ୍ତି ଭଙ୍ଗର ଆଶଙ୍କାଙ୍କୁ ନଜରରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନ ପକ୍ଷରୁ ପୋଲିସକୁ ନିର୍ଦେଶ ଦିଆଯାଇଥିଲେବି ପୋଲିସ ନିରବଦଷ୍ଟା ସାଜିଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ