୧୪୪ ଧାରାକୁ କୋହଳ, ବାରୁଣୀ ପାଇଁ ୧୪୪ ଜାରି

ଯାଜପୁର : କୋରୋନା ପାଇଁ ସାରା ଯାଜପୁର ଜିଲାରେ ଲାଗିଥିବା ୧୪୪ ଧାରାକୁ କୋହଳ କରିଛି ଜିଲା ପ୍ରଶାସନ । କିନ୍ତୁ ଗୋଟିଏ ସ୍ଥାନରେ ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଆସନ୍ତା ୨୧ ତାରିଖରୁ ହେବାକୁ ଥିବା ବାରୁଣୀ ବୁଡକୁ ଜିଲା ପ୍ରଶାସନ ବନ୍ଦ କରିବା ସହିତ ଉକ୍ତ ଅଂଚଳ ଓ ଏହାର ଆଖାପାଖ ଅଂଚଳରେ ୧୪୪ ଧାରା ବଳବତର ରହିବ ବୋଲି ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବାରୁଣୀ ବୁଡ ପାଇଁ କୌଣସି ଭକ୍ତ ବୈତରଣୀ ନଦୀକୁ ଆସିଲେ ତାଙ୍କୁ ଏଥିପାଇଁ ବାରଣ କରାଯିବ । ପ୍ରତିବର୍ଷ ଏହି ବାରୁଣୀ ବୁଡରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଆସୁଥିବାରୁ କୋରୋନା ବ୍ୟାପିବାର ଆଶଙ୍କା କରି ପ୍ରଶାସନ ଏପରି ନିଷ୍ପତି ନେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ