୧୪ ଗ୍ରାମ ବ୍ରାଉନ ସୁଗର ଜବତ
ପିପିଲି: ପିପିଲି ଥାନା ଅନ୍ତର୍ଗତ ଜୟପୁର ଶାସନ ଗ୍ରାମରେ କ୍ରାଇମ ବ୍ରାଞ୍ଚ ର ଏସ ଟି ଏଫ ଟିମ ପିପିଲି ଥାନା ସହଯୋଗରେ ଚଢ଼ାଉ କରି ୧୪ ଗ୍ରାମ ବ୍ରାଉନ ସୁଗର ଜବତ କରିଥିବା ଜଣାପଡ଼ିଛି।ଏଥିରେ ସମ୍ପୃକ୍ତ ଜୟପୁର ଶାସନ ଗ୍ରାମର ଜୈନକ ଯୁବକ ତୁଷାର କୁମାର ମହାନ୍ତି (୨୭)କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଜବତ ବ୍ରାଉନ ସୁଗର ର ମୂଲ୍ୟ ଆନୁମାନିକ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।