୧୪ ଡିସେମ୍ବର ବାରିପଦା ଚାଲୋ ନେଇ ରାଇରଙ୍ଗପୁରରେ ନବ ନିର୍ମାଣ କୃଷକ ସଙ୍ଗଠନ ପ୍ରସ୍ତୁତି ବୈଠକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ଚାଷୀ ସମସ୍ଯା ଉତ୍କଟ ।ଚାଷୀଙ୍କୁ ସମ୍ମାନ, ପେନସନ ଓ ଚାଷର ଉଚିତ ମୂଲ ନାହିଁ ।ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଦଲାଲ କବଜାରେ ଚାଷୀ ।ଦିନକୁ ଦିନ ଚାଷୀ ତଳିତଳାନ୍ତ ,ଶୋଷିତ,ଉପେକ୍ଷିତ ହେଉଛନ୍ତି ।କୋୖଣସି ରାଜନୈତିକ ଦଳର ନେତା ଚାଷୀଙ୍କ ପାଇଁ ମୁଣ୍ଡକାନ ହଲାଉ ନାହାଁନ୍ତି ।ଓଡିଶାର ଅଗ୍ରଣୀ ଚାଷୀ ସଂଗଠନ ‘ନବ ନିର୍ମାଣ କୃଷକ ସଙ୍ଗଠନ’ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ସଦର ମହକୁମା ଜିଲ୍ଲାର କୃଷି ଓ କୃଷକ ସମସ୍ଯା ନେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଉପଖଣ୍ଡ ସ୍ତରୀୟ ଏକ ବୈଠକ ରବିବାର ଦିନ ଜଗନ୍ନାଥ ମନ୍ଦିର ବିଶ୍ରାମଗାରରେ କୋଭିଡ କଟକଣା ନିୟମକୁ ପାଳନ କରି ନବନିର୍ମାଣ କୃଷକ ସଂଗଠନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଲା ପ୍ରଭାରୀ ଚିନୁ ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନବ ନିର୍ମାଣ କୃଷକ ସଙ୍ଗଠନ ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗ ଦେଇଥିଲେ ।ଓଡିଶା ଭଳି ଗରିବୀ ରାଜ୍ୟରେ କୃଷି ଓ କୃଷକ କିଭଳି ବିପନ୍ନ,ଅବହଳିତ,ଶୋଷିତ ତାହା ଉପରେ ଆଲୋକପାତ କରିଥିଲେ ।ଚାଷୀ ଓ ଭାଗ ଚାଷୀ ନାମ ପଂଜୀକରଣ କରି ମଣ୍ଡିରେ ଧାନ ବିକି ପାରୁ ନାହାଁନ୍ତି, ପ୍ରତି ଧାନ ବସ୍ତାରେ ୫ରୁ ୧୦ କେଜି ଧାନ କାଟିବା,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀଙ୍କୁ କ୍ଷତିପୂରଣ ନ ମିଳିବା,ଦଲାଲ ମାନେ ଆଗତୂରା ଚାଷୀଙ୍କୁ ଅର୍ଥ ଦେଇ ଧାନ କ୍ବିଣ୍ଟାଲ ୧୦୦୦ରୁ୧୨୦୦ଟଙ୍କା ରେ ଧାନ କିଣିବା,ଚାଷ ଜମିକୁ ଜଳ ନ ଦେଇ ଜଳକର ନେବା,ଅଖା ପାଇଁ ସରକାର ଦେଇଥିବା ଅର୍ଥକୁ ବାଟମାରଣ କରିବା,ଠିକ ସମୟରେ ବିହନ,ସାର,କୀଟନାଶକ ଔଷଧ ନ ଦେବା ସରକାରୀ ଅବହଳା ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ।ଆସନ୍ତା ୧୪ ଡିସେମ୍ବରରେ ଜିଲ୍ଲାର ଚାଷୀ ସମସ୍ଯା ନେଇ ବାରିପଦାରେ ଜିଳଲ୍ଲାପାଳଙ୍କୁ ବିଭିନ୍ନ ଚାଷୀ ସମସ୍ଯା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା ।ଏହି ବୈଠକରେ ବିଭିନ୍ନ ବ୍ଲକର ଟାଣୁଆ କୃଷକ ନେତା ପରେଶ ମହାନ୍ତ,ଭାଗିରଥି ମୁର୍ମୁ,ରାମଚନ୍ଦ୍ର ହେମ୍ବ୍ରମ, ସୂର୍ଯ୍ୟକାନ୍ତ ଗୋପାଲ ପ୍ରମୁଖ ଯୋଗ ଦେଇ ବାମନଘାଟୀ ଉପଖଣ୍ଡର ଚାଷୀ ସମସ୍ଯା ଉପରେ ଆଲୋକପାତ କରିଥିଲେ ।