୧୪ ନଂ ଜିଲ୍ଲା ପରିଷଦ ଜୋନ୍ ରେ ବିଜେଡ଼ିର ଜନ ସମ୍ପର୍କ ଯାତ୍ରା

ନିମାପଡ଼ା, (ସନ୍ତୋଷ ଦାଶ):ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡ଼ି ଦଳ ପକ୍ଷରୁ ସାରା ରାଜ୍ୟ ରେ ଜନସଂପର୍କ ଯାତ୍ରା ଆରମ୍ଭ ହୋଇଛି। ଆଜି ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ୧୪ନଂ ଜିଲ୍ଲା ପରିଷଦ ଜୋନ୍ ଅଞ୍ଚଳ ରେ ଦଳ ପକ୍ଷରୁ ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଥିଲା।ଉକ୍ତ ପଦଯାତ୍ରା ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡା, ଯୁବ ବ୍ୟାପାର , ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ୧୪ନଂ ଜିଲ୍ଲା ପରିଷଦ ସଭ୍ୟା ସାଗରିକା ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ଦଳାଇ, ଜ୍ୟୋତି ରଞ୍ଜନ ନାୟକ, ତାରିଣୀ ବେଗ, ସରପଞ୍ଚ ମୋନାଲିସା ସିଂ, ଶେଖ ସମସୁଲ୍, ଭାନୁମତୀ ମାଣିକ ଙ୍କ ନେତୃତ୍ୱ ରେ ଶତାଧିକ ବିଜେଡ଼ି କର୍ମୀ ଓ ନେତା ମାନେ ସୋରଭା,ଦେସ୍ଥଳୀ, ବଉଲାଙ୍ଗ, ଧୂମାଳ, ଜଙ୍ଗଲବୋରୀ ପ୍ରଭୁତି ପଞ୍ଚାୟତ ଅଞ୍ଚଳ ରେ ପଦଯାତ୍ରା କରି ନବୀନ ସରକାର ଙ୍କ ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ