୧୪ ନମ୍ବର ଜୋନରେ ବିଧାୟକ ଓ ଅଭିନେତ୍ରୀ ଲିପିଙ୍କ ପ୍ରଚାର

ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକ ୧୪ ନମ୍ବର ଜୋନରେ ବିଜେଡି ଜିଲ୍ଲାପରିଷଦ ପାର୍ଥି ସସ୍ମିତା ସ୍ୱାଇଁଙ୍କ ପାଇଁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ଚଳଚିତ୍ର ଅଭିନେତ୍ରି ଲିପି ମାରଥାନ ପ୍ରଚାର କରିଛନ୍ତି । ଏହି ପ୍ରଚାରରେ ଗଂଜାମ ଏନଏସିର ପୁର୍ବତନ ଅଧ୍ୟକ୍ଷ ଉର୍ମିଳା ପଲେଇ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ ସାମିଲ ହୋଇଥିଲେ । ଆଜି ଏହି ଜୋନର ମଲାଡ଼, ଯୁଡିଏସପୁର, ସନ୍ତୋଷପୁର, ପୋଇରାଶି, ଖଣ୍ଡିଦେଉଳି ପଞ୍ଚାୟତରେ ରୋଡସୋ କରିଥିଲେ ବିଧାୟକ ବେହେରା ଓ ଅଭିନେତ୍ରୀ ଲିପି । ଫିଲ୍ମ ଡାଇଲକ ବୋଲି ଲୋକଙ୍କୁ ବିଜେଡି ପାର୍ଥୀଙ୍କୁ ବିଜୟ କରିବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଯୁବ ସଭାପତି ଅନ୍ତର୍ଯ୍ୟାମି ବେହେରା, ସରପଞ୍ଚ ନିରଞ୍ଜନ ରେଡ୍ଡୀ, ସମିତି ସଭ୍ୟ କୈଳାସ ସ୍ୱାଇଁ, ଯୁବ ନେତା ଉମା ଜେନା, ସରପଞ୍ଚ ପ୍ରଭାତ ସେଠୀ, ପୁର୍ବତନ ସମିତି ସଭ୍ୟ ବନବାସୀ ଖୁଣ୍ଟିଆ, ଛାତ୍ର ଜିଲ୍ଲା ଉପସଭାପତି ଲିଙ୍ଗରାଜ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ