୧୪ ବର୍ଷ ଜେଲ୍‌ରେ ରହି ପାଲଟିଲେ ଡାକ୍ତର

ବେଙ୍ଗାଲୁରୁ : ୧୪ ବର୍ଷ ଜେଲ୍‌ରେ ରହି ଡାକ୍ତର ବନିବାର କୃତିତ୍ବ ହାସଲ କରିଛନ୍ତି କର୍ଣ୍ଣାଟକର ଜଣେ ବ୍ୟକ୍ତି । କର୍ଣ୍ଣାଟକର କାଲାବୁରାଗୀ ଅଞ୍ଚଳର ଅଫଜଲପୁରା ଅଞ୍ଚଳର ୪୦ ବର୍ଷୀୟ ସୁଭାଷ ପାଟିଲ ଏହି କୃତିତ୍ବ ହାସଲ କରିଛନ୍ତି । ପାଟିଲ ୧୯୯୭ରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଆଡମିଶନ କରିଥିଲେ । ତୃତୀୟ ବର୍ଷର ଛାତ୍ର ଥିବା ସମୟରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ପାଟିଲଙ୍କୁ ୧୪ ବର୍ଷର କାରାଦଣ୍ଡ ପ୍ରଦାନ କରାଯାଇଥିଲା । ଜେଲ୍‌ରେ ରହିଥିଲେ ମଧ୍ୟ ପାଟିଲ୍‌ ଜେଲ୍‌ର ଓପିଡିରେ କାମ କରୁଥିଲେ । ଏହାପରେ ଭଲ ବ୍ୟବହାର କାରଣରୁ ତାଙ୍କୁ ୨୦୧୬ରେ ଜେଲ୍‌ରୁ ମୁକ୍ତ କରାଯାଇଥିଲା । ଜେଲ୍‌ରୁ ମୁକ୍ତ ହେବା ପରେ ସୁଭାଷ ୨୦୧୯ରେ ନିଜର ଏମ୍‌ବିବିଏସ୍‌ ଶେଷ କରିଥିଲେ । ଏକ ବର୍ଷିଆ ଇଣ୍ଟର୍ନସିପ୍‌ ପାଠ୍ୟକ୍ରମ ଶେଷ କରିବା ପରେ ବର୍ତ୍ତମାନ ସୁଭାଷ ଡାକ୍ତର ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ