୧୫ଟି ପରୀକ୍ଷାକେନ୍ଦ୍ରରେ ୨୪୦୯ଜଣ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା
ହାଟଡିହି, (ବିକାଶ ବିଶ୍ୱାଳ) :-ଆସନ୍ତା ୨୯ତାରିଖରୁ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ଏଥିପାଇଁ ବୋର୍ଡ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତବର୍ଷ ହାଟଡିହି ବ୍ଲକର ୧୫ଟି ପରୀକ୍ଷାକେନ୍ଦ୍ରରେ ମୋଟ ୨୪୦୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି । ବରାହୀ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୨୨୨ଜଣ, ମୁଗୁପୁର ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୧୬୫ଜଣ, ହାଯଡିହି ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୧୧୯ଜଣ, ଜପିଦାସ ବିଦ୍ୟାମନ୍ଦିର ବଡରମ୍ପାସ ପରୀକ୍ଷାକେନ୍ଦ୍ରରେ ୨୦୫ଜଣ, ବିସି ହାଇସ୍କୁଲ ବାହାରିପୁର ପରୀକ୍ଷାକେନ୍ଦ୍ରରେ ୯୩ଜଣ, ପଞ୍ଚାୟତ ହାଇସ୍କୁଲ ମରୈଗାଁ ପରୀକ୍ଷାକେନ୍ଦ୍ରରେ ୯୩ଜଣ, ଜିସି ହାଇସ୍କୁଲ ଓରାଳି ପରୀକ୍ଷାକେନ୍ଦ୍ରରେ ୧୭୧ଜଣ, କପିଳେଶ୍ୱର ହାଇସ୍କୁଲ କଳିଗାଁ ପରୀକ୍ଷାକେନ୍ଦ୍ରରେ ୧୮୨ଜଣ, ଟିଏମ ଏକାଡେମୀ ଡଅଁର ପରୀକ୍ଷାକେନ୍ଦ୍ରରେ୨୦୦ଜଣ, ସଢ଼ା ଶ୍ରୀଅରବିନ୍ଦ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୧୦୦ଜଣ, ଢ଼େଙ୍କା ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ୧୪୯ଜଣ, ବାଙ୍ଗୋର ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୧୮୧ଜଣ, ବାଲିବରେଇ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୧୬୧ଜଣ, ବିକେ ହାଇସ୍କୁଲ ସୋସୋ କାନପୁର ପରୀକ୍ଷାକେନ୍ଦ୍ରରେ ୧୬୯ଜଣ, ଆରବି ହାଇସ୍କୁଲ ଷଡଙ୍ଗ ପରୀକ୍ଷାକେନ୍ଦ୍ରରେ ୧୯୯ଜଣ ପରୀକ୍ଷା ଦେବାର ବ୍ରବସ୍ଥା କରାଯାଇଥିବା ଜଣାଯାଇଛି ।