୧୫ତମ ବ୍ଳକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ତୃଷ୍ଣା

ନାଉଗାଁ, (ଓ୍ବାଇଏନ୍ଏସ୍) : ନାଉଗାଁ ବ୍ଳକର ୧୫ତମ ଅଧ୍ୟକ୍ଷା ଭାବେ ତୃଷ୍ଣା ଲେଙ୍କା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଜନହିତକର କାର୍ଯ୍ୟ ଓ ଯୋଜନା ଲୋକଙ୍କ ପାଖରେ ପହଁଚାଇବା ସହିତ ବିଧାୟକ ପ୍ରଶାନ୍ତ ମୁଦୁଲି ତାଙ୍କ ଉପରେ ଭରସା କରି ତାଙ୍କୁ ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି ; ତାକୁ ସେ ସୁଚାରୁ ରୂପେ ତୁଲାଇବେ ବୋଲି କହିଛନ୍ତି । ତାଛଡା ସେ ଜଣେ ରାଜନୈତିକ ପରିବାରର ବୋହୁ । ତାଙ୍କ ଶଶୁର ସ୍ୱର୍ଗତ ଲଳିତ ଲେଙ୍କା ଜଣେ ସକ୍ରିୟ ରାଜନୈତିକ ବ୍ୟକ୍ତିତ୍ୱ ଓ ଦୃଢ ସଙ୍ଗଠକ ହୋଇଥିବା ବେଳେ ଉକ୍ତ ବ୍ଳକରେ ୧୯୬୭ମସିହାରେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ଶଶୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ତାଙ୍କର କାର୍ଯ୍ୟପନ୍ଥାକୁ ଆଗକୁ ନେବି ବୋଲି କହିଥିଲେ । ଏହା ସହିତ ବ୍ଲକକୁ ଆଦର୍ଶ ଓ ଅଗ୍ରଣୀ ରୂପେ ଗଢି ତୋଳିବା ଲାଗି ନବନିର୍ବାଚିତ ସମସ୍ତ ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ବିଡିଓ ରଶ୍ମୀରେଖା ମଲ୍ଲିକ, ଏବିଡିଓ ଦେବେନ୍ଦ୍ର ପ୍ରଧାନ, ସହାୟକ ଯନ୍ତ୍ରୀ ଇଂ.କୈଳାସ ବେହେରା, ବରିଷ୍ଠ କିରାଣୀ ସଦ୍ଧାର୍ଥ ଦାସଙ୍କ ସମେତ ବ୍ଲକର ଅନ୍ୟ କର୍ମୀଚାରୀମାନେ ଅଧ୍ୟକ୍ଷା ଶ୍ରୀମତୀ ଲେଙ୍କାଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ସମୟରେ ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢୀ, ଘୋଡାଂଶ ପଂଚାୟତ ସଭ୍ୟ ତରୁଣକାନ୍ତ ବାରିକ, ଅଲଣା ପଂଚାୟତର ପୂର୍ବତନ ସମିତି ସଭ୍ୟ ମନ୍ମଥ ଓଝା, ବରିଷ୍ଠ ବିଜେଡି ନେତା ଦିଲ୍ଲିପ ଲେଙ୍କା, ଯୁବନେତା ମନୋରଂଜନ ପରିଡା, ତୁଷାର କୁଅଁରଙ୍କ ସହିତ ଅନ୍ୟାନ୍ୟ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ