୧୫୦ତମ ଗାନ୍ଧୀଜୟନ୍ତୀ ଉପଲକ୍ଷେ ‘ମୋନା’ର ନିଶା ବିରୋଧି ସଚେତନତା ପ୍ରସ୍ତୁତି ବୈଠକ
ବାଲେଶ୍ୱର,:(ଯୁଗାବ୍ଦ ନ୍ୟୁଜ୍) ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)’, ବାଲେଶ୍ୱର ଶାଖା ପକ୍ଷରୁ ଆଇନ୍ଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତୀ ସୁଷମା ସ୍ୱରାଜଙ୍କ ବିୟୋଗରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ତୃଣମୂଳ ସ୍ତରରୁ ନିଶା ବିରୋଧି ଶିବିରମାନ ଆୟୋଜନ କରିବାକୁ ସାଧାରଣ ସଂପାଦିକା ମମତା ମହାପାତ୍ର ଦେଇଥିବା ପ୍ରସ୍ତାବ ଏବଂ ଉପଦେଷ୍ଟା ସୁବ୍ରତ କର ବେସରକାରୀ ସ୍କୁଲ ଓ ବିଶ୍ୱବିଦ୍ୟାଳୟରେ ନିଶାବିରୋଧି ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଦେଇଥିôବା ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବୈଠକରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ସର୍ବଶ୍ରୀ ଡ.କ୍ଷିତୀଶ୍ୱର ଦାଶ, ପ୍ରଫୁଲ୍ଲ ଦାସ, ଡ. କେଶବ ଚରଣ ପଣ୍ଡା, ଡ. ହରିଶ୍ଚନ୍ଦ୍ର ବେହେରା, କମଳାକାନ୍ତ ଦାଶ, ଗୀତାଞ୍ଜଳି ସିଂହ, ସନାତନ ଦାସ, ଅକ୍ଷୟ ତ୍ରିପାଠୀ, ହେମଲତା ଦାସ, ସୀତାନାଥ ଦାସ, ପ୍ରସନ୍ନ କୁମାର ପାଢ଼ୀ, ସ୍ୱର୍ଣ୍ଣଲତା ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ବେହେରା, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ରାଜେନ୍ଦ୍ର ରାଉତ, ରମେଶଚନ୍ଦ୍ର ଜେନା, ପ୍ରଣୀତା ମିଶ୍ର, ଯୋଗେଶଚନ୍ଦ୍ର ପ୍ରଧାନ, ତ୍ରିଦିବ କୁମାର ନାୟକ, ସଚିନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଗୌରାଙ୍ଗ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।