୧୫୦ତମ ଗାନ୍ଧୀ ଜୟନ୍ତୀ ଅବସରରେ ବ୍ଲକ ସ୍ତରୀୟ ପ୍ରତିଯୋଗୀତା
ହାଟଡ଼ିହି, : ୧୫୦ତମ ଗାନ୍ଧୀଜୟନ୍ତୀ ଉପଲକ୍ଷେ ହାଟଡିହି ବ୍ଲକ ମରୈଗାଁ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୩ଟି ବିଦ୍ୟାଳୟର ୧୫୬ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠବର୍ଗ ଓ ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ବରିଷ୍ଠ ବିଭାଗର କୁଇଜ, ତର୍କ, ଚିତ୍ରାଙ୍କନ, ସେମିନାର, ବର୍ଯ୍ୟବସ୍ତୁ ପୁନଃ ବ୍ୟବହାର, ଗାନ୍ଧୀଙ୍କ ଜୀବନଶୈଳୀକୁ ନେଇ ଏକକ ଅଭିନୟ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ମୋହନ କୁମାର ମହାନ୍ତି, ଘନଶ୍ୟାମ ଓଝା, ମଞ୍ଜୁଳତା ରାଉତ, ବସନ୍ତ କୁମାର ବେହେରା, ଶରତ କୁମାର ଶାସିନି, ସୁରେନ୍ଦ୍ର କୁମାର ପାତ୍ର, ମହେନ୍ଦ୍ର କୁମାର ଜେନା, ହଳଧର ପଣ୍ଡା, ପ୍ରଦୀପ ବିଶ୍ୱାଳ, ସତ୍ୟ ସୁନ୍ଦର ପରିଡା, ଅମୀୟ ରଞ୍ଜନ ଘଡେଇ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିବାବେଳେ କୁଇଜରେ ସିନିୟର ବିଭାଗରେ ହାଟଡିହି ହାଇସ୍କୁଲର ସୁଜଲ କୁମାର ଶାସିନି, ଜୁନିୟର ବିଭାଗରେ ଓରାଳି ବିପି ୟୁପି ସ୍କୁଲର ବିଭୁ ନାରାୟଣ ରାଉତ, ତର୍କ ସିନିୟରରେ ଶାସଙ୍ଗ ହାଇସ୍କୁଲର ପ୍ରେରଣା ଦାସ, ଜୁନିୟର ବିଭାଗରେ ସୋସୋ ଗାର୍ଲସର ଶୁଭଶ୍ରୀ ପ୍ରଧାନ, ସେମିନାର ବରିଷ୍ଠବର୍ଗରେ ବି.କେ. ହାଇସ୍କୁଲର ଗୌରୀ ଶଙ୍କର ରାଉତ, କନିଷ୍ଠ ବର୍ଗରେ ବାଲିବରେଇ ହାଇସ୍କୁଲର ଜ୍ୟୋତିରେଖା ପୁହାଣ, ଚିତ୍ରାଙ୍କନ ବରିଷ୍ଠ ବର୍ଗରେ ବାଲିବରେଇ ହାଇସ୍କୁଲର ସହଦେବ ସିଂ ଓ କନିଷ୍ଠ ବର୍ଗରେ ସେହି ବିଦ୍ୟାଳୟର ସ୍ୱୟଂଶ୍ରୀ ଚକ୍ର, ବର୍ଯ୍ୟବସ୍ତୁ ପୁନଃ ବ୍ୟବହାରରେ ପନ୍ଦାଡୋ ୟୁପି ସ୍କୁଲର ତପସ୍ୱିନୀ ସାହୁ ପ୍ରମୁଖ କୃତକାର୍ଯ୍ୟ ହାସଲ କରିଥିଲେ । ପରେ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମମତାରାଣୀ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ଏବିଇଓ ତଥା ବି.ଆର.ସି.ସି ବିନୋଦ କୁମାର ରାଉତ, ଏ.ବିି.ଇ.ଓ ସୁରେଶ ଜେନା, ସୁରଥ କୁମାର ସାହୁ ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ । ସି.ଆର.ସି.ସି ପ୍ରଭାକର ସାହୁ, ପ୍ରଫୁଲ କୁମାର ସାହୁ, ଅକ୍ଷୟ କୁମାର ଖଟୁଆ, ଦେବେନ୍ଦ୍ର କୁମାର ସା, ରତ୍ନାକର ସାହୁ, ଶ୍ରୀକାନ୍ତ କୁମାର ସେଠୀ, ପ୍ରଦୀପ କୁମାର ଦେହୁରୀ, କେଶବ ଚନ୍ଦ୍ର କର, ବସନ୍ତ କୁମାର ନାଇକ, ଗଦାଧର ଜେନା, ରାମଚନ୍ଦ୍ର ସାହୁ, ରବିନ୍ଦ୍ର କୁମାର ସାହୁ, ବିଜୟ କୁମାର ସା ଓ ମରୈଗାଁ ହାଇସ୍କୁଲର ସମସ୍ତ ଶିକ୍ଷକ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।