୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ ସକାଶେ ପ୍ରସ୍ତୁତି ବୈଠକ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଆଜି ଅପରାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇବର୍ଷ ବ୍ୟାପୀ ଏହି କାର୍ଯ୍ୟକ୍ରମର ରୂପରେଖ ସଂପର୍କରେ ଆଲୋଚନା କରାଯାଇଥିଲା । ପରେ ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ କି ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯିବ ତାହା ଗୃହରେ ଆଲୋଚନା କରାଯାଇଥିଲା । ବୈଠକରେ ନିଷ୍ପତି ପ୍ରକାରେ ଜୟନ୍ତୀର ଯଥେଷ୍ଟ ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ଓ ସାଧରଣ ଲୋକଙ୍କ ମଧ୍ୟରେ ଗାନ୍ଧୀ ସମ୍ପର୍କିତ ଝୋଟି ପ୍ରତିଯୋଗିତା ଆୟୋଜନ କରାଯାଇ ପୁରସ୍କୃତ କରାଯିବ । ସେହିପରି ଆର୍ଟ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଶିଳ୍ପୀ ଶିବିର ଆୟୋଜନ ହେବ । ଇଂଚୁଡି ଠାରେ ଏକ ସାଂକେତିକ ଦାଣ୍ଡି ଯାତ୍ରା ଆୟୋଜନ, ସେଠାରେ ‘ଟୋ ପ୍ରଦର୍ଶନୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ଗାନ୍ଧୀ ଗପ ପରିବେଷଣ କରାଯିବ । ଏଥି ସହିତ ଅକ୍ଟୋବର ୨ ତାରିଖରେ ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ତର‘ରୁ ରାମଧୂନ ପ୍ରଚାର କରାଯିବ । ସହର ଓ ଗ୍ରାମାଂଚଳରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ସେ‘ଇ ଅଭିଯାନ, ସଚେତନତା ରାଲି ପ୍ରଭୃତି ଆୟୋଜନ କରାଯିବ । ଗାନ୍ଧୀ ଆଦର୍ଶ ପ୍ରଚାର କରୁଥିବା ଜଣେ ଆଦର୍ଶ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କୁଟୀର ଶିଳ୍ପ ପାଇଁ ମହିଳା ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଚୟନ କରାଯାଇ ପୁରସ୍କୃତ କରାଯିବ । ଏଥିରେ ରେମୁଣାର ବିଶିଷ୍ଟ ଗାନ୍ଧୀବାଦୀ ତଥା ସ୍ୱାଧନତା ସଂଗ୍ରାମୀ ଶ୍ରୀ ଜୟଦେବ କାମିଲାଙ୍କୁ ଗୃହର ସର୍ବସମ୍ମତି କ୍ରମେ ସମ୍ବର୍ଦ୍ଧିତ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଗାନ୍ଧୀଙ୍କ ନାମରେ ସହରର ଏକ ପ୍ରମୁଖ ରାସ୍ତାକୁ ଗାନ୍ଧୀ ମାର୍ଗ ଭାବେ ଘୋଷଣା କରିଯିବା ଉପରେ ଅନୁଧ୍ୟାନ କରି ମତାମତ ଦେବାକୁ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ନିର୍ବାହୀ ଅଧିକାରୀ, ସଂସ୍କୃତି ଅଧିକାରୀ ଓ କାବ୍ୟଶିଳ୍ପୀ ସର୍ବେଶ୍ୱର ଦାସଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ସେହିପରି ଗାନ୍ଧୀ ପ୍ରତିମୂର୍ତି ସ୍ଥାପନ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ ସକାଶେ ଉକ୍ତ କମିଟିକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏଥି ସହିତ ‘ଟୋ ପ୍ରଦର୍ଶନୀ, ପୁରୁଣା ସମ୍ବାଦପତ୍ର ପ୍ରଦର୍ଶନୀ, ସରକାରୀ/ବେସରକାରୀ କୋଠାବାଡି ଆଲୋକୀକରଣ, ବୃକ୍ଷରୋପଣ ଏବଂ ପ୍ରତ୍ୟେକ ଗ୍ରାମ ପଂଚାୟତ ଏବଂ ବ୍ଲକରେ ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ପଦକ୍ଷେପ ନେବାକୁ ପିଡିଙ୍କୁ ଅନୁରୋଧ କରାଯାଇଛି । ତା ଛଡା କସ୍ତୁରବା ଆଦର୍ଶ ଗ୍ରାମ ବଛାଯାଇ ପୁରସ୍କୃତ କରାଯିବ । ସେହିଦିନ ସମ୍ଭବତଃ ସିନେମା ହଲରେ ଗାନ୍ଧୀ ଚଳଚ୍ଚିତ୍ର ପ୍ରଦର୍ଶନ ନିମନ୍ତେ ଯୋଗାଯୋଗ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତା ଛଡା ପେଷାଦାର କଳାକାରମାନଙ୍କୁ ନେଇ ଗାନ୍ଧୀ ଜୀବନୀ ଉପରେ ନାଟକ ପ୍ରଦର୍ଶନ କରାଯିବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ବୈଠକରେ ପର୍ଯ୍ୟଟନ ବିଭାଗ ଦ୍ୱାରା କରାଯିବାକୁ ଥିବା ପର୍ଯ୍ୟଟନ ପର୍ବ-୨୦୧୯ ପାଳନ ନିମନ୍ତେ ଆଲୋଚନା କରାଯାଇଥିଲା । ଏହା ଅକ୍ଟୋବର ୨ ତାରିଖରୁ ୧୩ ତାରିଖ ଯାଏଁ ପାଳନ କରାଯିବ । ଏଥିରେ ମଧ୍ୟ ଅନୁରୂପ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସକାଶେ ନିଷ୍ପତି ଗ୍ରହଣ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି, ପିଡି ଡିଆରଡିଏ ଶ୍ରୀ ରାମଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲ ମଂଚାସୀନ ଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀ, ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ