୧୫୦ ଗ୍ରାମ ବ୍ରାଉନସୁଗର ଜବତ,ଜଣେ ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ଅବକାରୀ ବିଭାଗ ମୋବାଇଲ ଟିମ ଆଜି କୌଣସି ସୂତ୍ରରୁ ଖବର ପାଇ ଗୋପାଳପୁର ଥାନା ଅନ୍ତର୍ଗତ ନୂଆପୁର ଅଞ୍ଚଳର ଚଢ଼ାଉ କରି ୧୫୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଅଭିଯୁକ୍ତ ବ୍ରାଉନସୁଗର ବ୍ୟବସାୟୀ କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ହେଲେ ନୁଆପୁର ଗ୍ରାମର ସ୍ବର୍ଗତ ରଧୁଆ ମହାଳିକ ଙ୍କ ପୁଅ ଶଶିକାନ୍ତ ମହାଳିକ।ଗିରଫ ଅଭିଯୁକ୍ତ ଘରେ ବ୍ରାଉନସୁଗର ବ୍ୟବସାୟ କରୁଥିବାର ଅଭିଯୋଗ ପାଇ ଏହି ଚଢ଼ଉ କରାଯାଇଥିଲା।ତେବେ ଜବତ ବ୍ରାଉନସୁଗର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଇନ୍ସପେକ୍ଟର ଗାଲୁରାମ୍ ସୋରେନ ସୂଚନା ଦେଇଛନ୍ତି। ଏ ନେଇ ବାଲେଶ୍ଵର ଅବକାରୀ କାର୍ଯ୍ୟାଳୟ ପକ୍ଷରୁ କେଶ ନଂ ୧୮୧/୨୩ – ୨୪ ମୂଳେ ମାମଲା ରୁଜୁ ହୋଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।