୧୫୦ ଦିନରେ ପ୍ରତାପଙ୍କ କରୋନା ସେବା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡ଼ିଶାରେ ଦେଖାଦେଇଥିବା ମହାମାରୀ କରୋନାରୁ ସୁରକ୍ଷିତ ରହିବା ତଥା ସଚେତନ କରାଇବା ପାଇଁ ସମାଜସେବୀ ପ୍ରତାପ ସାହୁ ତାଙ୍କର ଜାରି ରଖିଥିବା ସେବା ଆଜି ୧୫୦ ଦିନରେ ପହଂଚିଛି । ଏହି ଉପଲକ୍ଷେ ପ୍ରତାପ ଏକ ନିଆରା ଢଙ୍ଗରେ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଗରିବ, ଅସହାୟ ଓ ଅନଗ୍ରସର ଲୋକ ଏବଂ ଛୋଟପିଲାମାନଙ୍କୁ ଲୁଙ୍ଗି, ଗାମୁଛା, ଶାଢୀ ଏବଂ ଡ୍ରେସ୍ ବଣ୍ଟନ କରି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ପ୍ରକାଶଥାଉକି ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ଆତଙ୍କ ସୃଷ୍ଟି କରିଥିବା କରୋନା ପ୍ରଭାବରେ ସାଧରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ଆର୍ଥିକ ପରିସ୍ଥିତି ସେମାନଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଏହାକୁ ହୃଦୟଙ୍ଗମ କରି ପ୍ରତାପ ଦୀର୍ଘ ୧୫୦ ଦିନ ଧରି ବିଭିନ୍ନ ଅଞ୍ଚଳ ବୁଲି ଲୋକମାନଙ୍କୁ ସଚେତନ କରିବା ସହିତ ସେମାନଙ୍କୁ ମାସ୍କ, ସାବୁନ, ତେଲ, ସର୍ଫ, ସାନିଟାଇଜର, ବିସ୍କୁଟ, ଅମୁଲ, ଗ୍ଲୁକୋନ ଆଦି ବଣ୍ଟନ କରୁଥିବା ବେଳେ ନିରୀହ, ଅସହାୟ ଓ ଗରିବ ଲୋକମାନଙ୍କୁ ପ୍ରତ୍ୟେକ ଦିନ ରନ୍ଧାଖାଦ୍ୟ ଯୋଗାଇ ଆସୁଛନ୍ତି । ଏହା ସହିତ ବିଭିନ୍ନ ସାହି, ବସ୍ତି, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ବସ୍, ବସ୍ଷ୍ଟାଣ୍ଟ ବୁଲି ସାନିଟାଇଜର କରି ଚାଲିଛନ୍ତି । ସେହିପରି ବିଭିନ୍ନ ପଶୁ, ପକ୍ଷୀ ଯଥା ବୁଲା କୁକୁର, ଗାଈ, ଷଣ୍ଢ, କାଉ ଓ ପାରାମାନଙ୍କୁ ମଧ୍ୟ ପ୍ରତଦିନ ଖାଦ୍ୟ ଯୋଗାଇ ଆସୁଛନ୍ତି । ପ୍ରତାପଙ୍କ ଏଭଳି ପ୍ରୟାସକୁ ସାଧାରଣ ଲୋକମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଏତଦ୍ବ୍ୟତୀତ କଟକର ବିଭିନ୍ନ ବସ୍ତି, ଖୋର୍ଦ୍ଧା, ଜୟଦେବ ନିର୍ବାଚନ ମଣ୍ଡଳୀ ବିଭିନ୍ନ ଗାଁଗୁଡ଼ିକୁ ମଧ୍ୟ ସେ ମାଗଣାରେ ସାନିଟାଇଜ କରିଛନ୍ତି । କରୋନା ବିରୋଧରେ ଜାରି ରଖିଥିବା ପ୍ରତାପଙ୍କ କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ଟୁଇଟ୍ ଜରିଆରେ ଉଚ୍ଚ ପ୍ରଶଂସା କରିଛନ୍ତି । ଏ ବାବଦରେ ପ୍ରତାପ କୁହନ୍ତି, ମାର୍ଚ୍ଚ ୧୦ ତାରିଖରୁ ଆଜି ପର୍ଯ୍ୟନ୍ତ ୧୫୦ ଦିନ ଧରି ଲୋକମାନଙ୍କୁ ସେବା ଯୋଗାଇ ଆସୁଛି ଓ ଓଡ଼ିଶାରେ ଯେତେଦିନ ପର୍ଯ୍ୟନ୍ତ କରୋନା ତାର କାୟାବିସ୍ତାର କରିଚାଲିଥିବ, ସେତେଦିନ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ । ଲୋକମାନେ ସଚେତନ ହୋଇ କରୋନାକୁ ପରାସ୍ତ କରିବା ମୋର ମୂଳ ଲକ୍ଷ୍ୟ ବୋଲି କୁହନ୍ତି ସମାଜସେବୀ ପ୍ରତାପ ।