୧୫୪ ଲିଟର ବିଦେଶୀ ଓ ୧୧ ଲିଟର ଦେଶୀ ମଦ ଜବତ ଜଣେ ଗିରଫ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ପୋଲିସ ପକ୍ଷରୁ ଅତର୍କିତ ଚଢଉ କରାଯାଇ ଭଞ୍ଜନଗର ଥାନା ଅଧୀନ ନନ୍ଦିନୀପଲ୍ଲୀ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ଘର ପଛପଟୁ ୨୯ ଟି କାର୍ଟୁନ୍ ଏବଂ ପ୍ୟାକେଟରୁ ୧୫୩.୯୨୦ ଲିଟର ବିଦେଶୀ ମଦ ଓ ୧୧ ଲିଟର ଦେଶୀ ମଦ ଜବତ କରାଯାଇଛି । ଭଞ୍ଜନଗର ପୋଲିସ କେସ ନଂ ୧୮୪/୨୦୨୪ ରୁଜୁ କରାଯାଇ ଓଡ଼ିଶା ଅବକାରୀ ଆଇନ ସେକ୍ସନ ୫୨ (କ) ଅନୁଯାୟୀ ନନ୍ଦିନୀପଲ୍ଲୀ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରା ପିତା ସ୍ବର୍ଗତ ଅନ୍ତର୍ଯ୍ୟାମୀ ବେହେରାଙ୍କୁ ଗିରଫ କରିଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି । ମଙ୍ଗଳବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।