୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ଷ୍ଟାଡିୟମ ବିଧାୟକ ଓମ୍ ପ୍ରକାଶ ମିଶ୍ର
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ): କଣାସ ବ୍ଲକ୍ ରେ କ୍ରୀଡାର ଭିର୍ତ୍ତିଭୂମି ବିକାଶ ପାଇଁ ୧୫ କୋଟି ଟଙ୍କାରେ ନିର୍ମାଣ ହେବ ଇଣ୍ଡୋର ଷ୍ଟାଡିଅମ । ଜମି ଅଧିଗ୍ରହଣ ପକ୍ରିୟା ଚାଲିଛି । ଖୁବ୍ ଶିଘ୍ର ଷ୍ଟାଡିୟମ ନିର୍ମାଣ ହେବ ବୋଲି ଘୋଷଣା କଲେ ମାନ୍ୟବର ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ।ଶିରେଇ ପଂଚାୟତ ର ଦେଠିଆପଡା ଠାରେ ଏକ ଖେଳ ଉତ୍ସଵ ରେ ଯୋଗଦାନ କରି ବିଧାୟକ ଓମ୍ ପ୍ରକାଶ ମିଶ୍ର କହିଲେ ବ୍ଲକ୍ ର ଏକ ମଧ୍ୟସ୍ଥାନରେ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ସମ୍ମତି ପ୍ରକାଶ ପାଇଛି। ଏହି ସ୍ଥାନରେ ଷ୍ଟାଡିୟମ ନିର୍ମାଣ ହେଲେ ଖେଳାଳି ମାନେ ବିଭିନ୍ନ ଖେଳ ପ୍ରାକ୍ଟିସ କରିପାରିବେ। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଉତ୍ସଵ ଏହି ଠାରେ ପାଳନ ହୋଇପାରିବ।ଏଥିସହିତ ବ୍ଲକ୍ ର ଯୁବକ ଯୁବତୀ ମାନେ ପୋଲିସ ଓ ପ୍ରଶାସନିକ ପଦପଦବୀ ପାଇଁ ପ୍ରଶିକ୍ଷଣ ନେଇପାରିବେ। ସମସ୍ତେ ଯେମିତି ଏହି ଠାରେ ଉପକୃତ ହୋଇପାରିବେ ସେହିଠାରେ ଷ୍ଟାଡିୟମ ନିର୍ମାଣ ହେବ।ଏଥି ପାଇଁ ଦରକାର ହେଉଥିବା ଜମି ଅଧିଗ୍ରହଣ ଦାୟିତ୍ଵ କଣାସ ସରପଂଚ ଭଗବାନ ସୁବୁଦ୍ଧି, କଣାସ ବ୍ଲକ୍ ଆତ୍ମା ଅଧକ୍ଷ ବିଶ୍ବଭୂଷଣ ମଙ୍ଗରାଜ ଙ୍କୁ ଦାୟିତ୍ଵ ପ୍ରଦାନ କରିଥିଲେ। ଯେତେ ଶିଘ୍ର ଜମି ଚିହ୍ନଟ ହେବ ସେତେଶିଘ୍ର ଷ୍ଟାଡିୟମ ନିର୍ମାଣ ହେବ । ଏଥି ପାଇଁ ସରକାର ଷ୍ଟାଡିୟମ ନିର୍ମାଣ କରିବା ପାଇଁ ଅନୁଦାନ ଦେବାକୁ ସମସ୍ତ ପ୍ରସ୍ତୁତି ସରିଛି। ଏହି ଖେଳ ଉତ୍ସବକୁ ଦେଠିଆପଡା ଗ୍ରାମଵାସୀ ମାନେ ବାଜା ବାଣ ଫୁଟାଇ ବିଧାୟକ ଙ୍କୁ ସ୍ଵାଗତ କରିଥିଲେ। ଏହି ଉତ୍ସବରେ ଶିରେଇ ପୂର୍ବତନ ସରପଂଚ ରାଜକିଶୋର ସାମନ୍ତରାୟ, କଣାସ ବ୍ଲକ୍ ମହିଳା ମଣ୍ଡଳର ସଭାନେତ୍ରୀ ଉଲ୍ଲାସ ସାମନ୍ତରାୟ ପ୍ରମୁଖ ଯୋଗଦାନ କରିଥିଲେ।ବିଧାୟକ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ।