୧୫ ଦିନରେ ଲକ୍‌ଡାଉନ୍‌ କଠୋର ପୋଲିସ ୫୦ରୁ ଉର୍ଦ୍ଧ୍ୱ ବାଇକ୍ ଚାଳକଙ୍କୁ ଜରିମାନା

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଲକ୍‌ଡାଉନ୍ ଆଜି ୧୫ ଦିନରେ ପହଞ୍ଚିଲା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଲକ୍‌ଡାଉନ୍‌କୁ ଗଜପତି ଜିଲ୍ଲାରେ ବେଶ କଡାକଡି କରାଯାଇଛି । ପୋଲିସର ବାରମ୍ବାର ସଚେତନା ଓ ନିଷେଧ ସତ୍ୱେ ବିନା କାରଣରେ ଲକ୍‌ଡାଉନ୍ ନିୟମକୁ ଅମାନ୍ୟ କରୁଥିବା ୫୦ରୁ ଉର୍ଦ୍ଧ୍ୱ ବାଇକ୍ ଚାଳକଙ୍କୁ ପାରଳାଖେମୁଣ୍ଡି ସହରରେ ଜବତ କରାଯାଇଛି । ଏମାନଙ୍କ ଠାରୁ ଜରିମାନା ପୋଲିସ ଆଦାୟ କରିଛନ୍ତି । ଗତକାଲି ଠାରୁ ସକାଳ ୧୦ଘଣ୍ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହୁଛି । ତେଣୁ ଜିଲ୍ଲା ସାରା ଜନଶୁନ୍ୟ ଦେଖାଦେଇଛି । ପାରଳାଖେମୁଣ୍ଡି ଆଇଆଇସି ବିବେକା ନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସହରରେ ପଇଁତରାକୁ ଜୋରଦାର କରାଯାଇଛି । କୌଣସି ବ୍ୟକ୍ତି ବାହାରକୁ ବାହାରି ନ ଥିବା ଯୋଗୁଁ ଜିଲ୍ଲା ସାରା ଖାଁ ଖାଁ ଦେଖାଦେଇଛି । ଆଜି ସକାଳ ୧୦ଘଣ୍ଟା ପର ଠାରୁ ସମଗ୍ର ଜିଲ୍ଲାରେ ପ୍ରାୟତଃ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ରହିଛି । ଅପରାହ୍ନ ୫ଘଣ୍ଟା ଠାରୁ ପୁଣି ରାତ୍ର ୭ଘଣ୍ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ପନିପରିବା ଆଦି ଦୋକାନ ଖୋଲା ରହିବ । ଆବଶ୍ୟକ ଥିବା ଲୋକେ କେବଳ ପାଦ ଚଲାରେ ସାମାଜିକ ଦୁରତା ରକ୍ଷା କରି ଦୋକାନରୁ କିଣି ପାରିବେ । ଯେ କୌଣସି ପ୍ରକାର ଯାନବାହନ ଚଳାଚଳ ନିଷେଧ କରାଯାଇଛି । ଏହାକୁ ଭଙ୍ଗ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମଗ୍ର ଜିଲ୍ଲାରେ ପୋଲିସ ବ୍ୟବସ୍ଥା କଠୋର କରାଯିବା ଯୋଗୁଁ ଲକ୍‌ଡାଉନ୍ ସଫଳ ହୋଇଥିବା ଲକ୍ଷ୍ୟ କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଏସପି ସାରା ଶର୍ମା ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ଲକ୍‌ଡାଉନ୍ ଠିକ୍ ଭାବେ ପାଳନ କରାଯିବା ପାଇଁ ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ଲୋକଙ୍କୁ ସଚେତନ କରୁଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ