୧୫ ଦିନ ହେବ ଟ୍ରାନ୍ସଫର୍ମର୍ ଅଚଳ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ଢେଙ୍କିକୋଟ(ଜୁଗାବ୍ଦ ନ୍ୟୁଜ୍‍): ସରାସକଲା ପଞ୍ଚାୟତ ବାଉଁଶଡିହା ଗ୍ରାମର ବିଦ୍ୟୁତ ଟ୍ରାନ୍ସଫରମରଟି ୧୫ଦିନ ହେଲା ଅଚଳ ହେବା କାରଣରୁ ପ୍ରବଳ ଖରାରେ ଗ୍ରାମବାସୀ ଦହଗଞ୍ଜ ହେଉଥିବା ବେଳେ ରାତି ହେଲେ ଜଙ୍ଗଲି ଯନ୍ତୁଙ୍କ ଭୟରେ ଘରୁ ବାହାରି ପାରୁ ନାହାଁନ୍ତି । ଟ୍ରାନ୍ସଫରମର ମରାମତି ପାଇଁ ପାଟଣା ନେସ୍କୋ ଜେ.ଇ.ଙ୍କୁ ଜଣାଇବା ସତ୍ତେ୍ୱ କୌଣସି ସୁଫଳ ମିଳୁନଥିବାରୁ ଶୁକ୍ରବାର ଗ୍ରାମବାସୀ କେନ୍ଦୁଝର ଜିଲ୍ଲାପାଳଙ୍କ ସହ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି । ଟ୍ରାନ୍ସଫର୍ମର୍ ମରାମତି କରାଯିବ ଅଥବା ନୂଆ ଟ୍ରାନ୍ସଫରମର ଲଗାଯାଇ ଗ୍ରାମବାସୀଙ୍କୁ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ଗ୍ରାମବାସୀ ଦାବି କରିଥିବାରୁ ଏଥିପ୍ରତି ଦୃଷ୍ଟିଦେବାରୁ ଦାବି ହୋଇଛ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ