୧୫ ନମ୍ବର ଜୋନରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରଚାର

ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକ ଅନ୍ତର୍ଗତ ୧୫ ନମ୍ବର ଜୋନ ରେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ସୁମନ ଦାସ ଘର ଘର ବୁଲି ପ୍ରଚାର କରୁଥିବା ଦେଖାଯାଇଛି । ଏହି ଜୋନ ଅନ୍ତର୍ଗତ ସାନରାମଚନ୍ଦ୍ରପୁର, ଝରେଡ଼ି, ରାମଗଡ଼, ସୁବଳୟା, ପାଳି ବନ୍ଧ, ହୁମା ଓ କାଇଁଚପୁର ଗ୍ରାମ ପଞ୍ଚାୟତରେ ଜିଲ୍ଲାପରିଷଦ ସଭ୍ୟ ସୁମନଙ୍କ ପାଇଁ ବିଜେପି ଜିଲ୍ଲା ସମ୍ପାଦକ ଭୀମସେନ ବେହେରା, ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ କୀର୍ତ୍ତନ ଦାସ, ସୁରେନ୍ଦ୍ର ସାହୁ ହୁମା ମଣ୍ଡଳ ସଭାପତି ଗଗନ ନାହାକ, ନାଇବ ସରପଞ୍ଚ ରୋହିତ ନାହାକ, ବିଳାସ ନାହାକ, ପ୍ରସନ୍ନ ନାହାକ ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନା ନେଇ ଲୋକଙ୍କୁ କହିବା ସହ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ