୧୫ ବର୍ଷିୟା ନାବାଳିକାଙ୍କୁ ପ୍ରତାରଣା

ପାରଳାଖେମୁଣ୍ଡି, (ଯୁଗାବ୍ଦ ନ୍ୟୁଜ) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ କାଶୀନଗର ବ୍ଲକ ଶିଆଳିି ପଞ୍ଚାୟତର ଜଣେ ୧୫ବର୍ଷିୟା ବାଳିକାଙ୍କୁ ଦୁଷ୍କର୍ମ ପରେ ପ୍ରତାରଣା କରାଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ଶିଆଳି ଗ୍ରାମର ଜଣେ ୩ ସନ୍ତାନ ବିଶିଷ୍ଟ ବ୍ୟକ୍ତି ଓ ନାବାଳିକା ଉଭୟ ପଡୋଶି ଆନ୍ଧ୍ର ରାଜ୍ୟ ବିଜୟୱାଡାରେ ମଜୁରୀ ଭାବେ କାମ କରନ୍ତି ସେହିଠାରେ ଉକ୍ତ ନାବାଳିକା ସହ ବ୍ୟକ୍ତି ଜଣଙ୍କର ଦେଖା ହୋଇଥିଲା । ନାବାଳିକା ଓ ତାର ପରିବାର ମଧ୍ୟ ସେଠାରେ ରହି କାମ କରୁଥିଲେ । ବର୍ତ୍ତମାନ ଉକ୍ତ ନାବାଳିକା ଭୋଟ ପାଇଁ ପରିବାର ସହ ନିଜ ଘରକୁ ଆସିଥିଲା । ନାବାଳିକା ଜଣକ ଗ୍ରାମ ନିକଟସ୍ଥ କାଜୁ ବଗିଚାରେ ବୁଲିବା ବେଳେ ଉକ୍ତ ବ୍ୟକ୍ତିଙ୍କ ଜଣେ ସାଙ୍ଗ ତାଙ୍କୁ ଜୋର୍ -ଜବରଦସ୍ତ ଉଠାଇ ନେଇ ଉକ୍ତ ବ୍ୟକ୍ତିଙ୍କ ନିକଟରେ ଛାଡିଥିଲେ । ପରେ ସେହି ବ୍ୟକ୍ତି ନାବାଳିକାଙ୍କୁ ତିରୁପତି ନେଇ ବାହାଘର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲେ । ନାବାଳିକା ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ପରେ ଗ୍ରାମ କୁଳସଭାରେ ଏହି ଘଟଣା ଆଲୋଚନା ହେବାପରେ ପରିବାର ପୀଢିତାଙ୍କ ପରିବାର ପକ୍ଷରୁ ଉକ୍ତ ବ୍ୟକ୍ତି ସେଠାରେ ନାବାଳିକାଙ୍କୁ ପ୍ରତ୍ୟାଖାନ କରିଥିଲେ । ଏ ସମ୍ପର୍କରେ ନାବାଳିକା ଏବଂ ତାଙ୍କ ମା କାଶୀନଗର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ବ୍ୟକ୍ତିଙ୍କୁ କାଶୀନଗର ପୋଲିସ ଗରିଫ କରି କୋର୍ଟ ଚାଲାଣ କରିଥିବାବେଳେ ଉକ୍ତ ନାବାଳିକାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ମୁକ୍ତ ଆଶ୍ରୟସ୍ଥଳିରେ ରଖାଯାଇଥିବା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ