୧୫ ବିଦ୍ୟାଳୟ ରୂପାନ୍ତରୀକରଣରେ ସାମିଲ

ବନ୍ତ, (ଚାନ୍ଦିନୀ ମହାନ୍ତି):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲାର ୧୨୪ ବିଦ୍ୟାଳୟକୁ ଆବାସି ମାଧ୍ୟମରେ ରୂପାନ୍ତରୀକରଣ କରିଛନ୍ତି । ଏହି ଅବସରରେ ଆଜି ମହାନ୍ତିପଡ଼ାସ୍ଥିତ ଆଶାମଣି ଉଚ୍ଚ ବିଦ୍ୟାପୀଠ, ଅଳଉତି ସରକାରୀ ଉଚ୍ଚ ବିଦ୍ୟାଳୟ, ପଧାନପଡ଼ାସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ନିଳୋକ ଉଚ୍ଚ ବିଦ୍ୟାଳୟ, ସିଲନ୍ଦିସ୍ଥିତ କାହ୍ନୁ ଚରଣ ଉଚ୍ଚ ବିଦ୍ୟାଳୟ, ଗୋପୀନାଥଜୀଉ ଉଚ୍ଚ ବିଦ୍ୟାଳୟ, ସନ୍ଦାଡ଼ୋସ୍ଥିତ ଅଗଣି ଚରଣ ବିଦ୍ୟା ନିକେତନ, ଓଡ଼ଙ୍ଗସ୍ଥିତ ସତୀସାବିତ୍ରୀ ଉଚ୍ଚ ବିଦ୍ୟାପୀଠ, ଆଡ଼ିଆସ୍ଥିତ ଆରଡ଼େଶ୍ୱର ଉଚ୍ଚ ବିଦ୍ୟାପୀଠ, ଗଣିଜାଙ୍ଗସ୍ଥିତ ପଞ୍ଚାୟତ ଉଚ୍ଚ ବାଳିକା ବିଦ୍ୟାଳୟ, ଗୋବିନ୍ଦପୁରସ୍ଥିତ ପୁରୁଷୋତ୍ତମ ସେଠୀ ଉଚ୍ଚ ବିଦ୍ୟାଳୟ, ଗଡ଼ଚଣ୍ଡୀସ୍ଥିତ ମେନକାରାଣୀ ଉଚ୍ଚ ବିଦ୍ୟାଳୟ, ତରାଗୋ ଉଚ୍ଚ ବିଦ୍ୟାଳୟ, ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠ, କାଦବରାଙ୍ଗ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଛି । କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ଏଲଇଡ଼ି ମାଧ୍ୟମରେ ଦେଖିଥିଲେ । ପ୍ରକାଶ ଥାଉକି, ପୂର୍ବରୁ ୩ ବିଦ୍ୟାଳୟ ସାମିଲ ହୋଇଥିବା ବେଳେ ଏବେ ୧୨ ବିଦ୍ୟାଳୟ ରୂପାନ୍ତରୀକରଣରେ ସାମିଲ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ