୧୬ଜଣିଆ ଖେଳାଳୀ ଦଳର ଟ୍ରେନ ଯୋଗେ ଚଣ୍ଡିଗଡ଼ ଯାତ୍ରା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଟେନିସ୍ କ୍ରିକେଟ ଆସୋସିଏସନ ଅଫ ଇଣ୍ଡିଆର ଆହ୍ୱାନ କ୍ରମେ ୫ମ ସିନିୟର ନାସନାଲ ଟେନିସ୍ କ୍ରିକେଟ ଚମ୍ପିୟାନସିପ ୨୦୨୧ (ପୁରୁଷ) ଚଣ୍ଡିଗଡ଼ରେ ଚଳିତ ମାସ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିପାଇଁ ଟେନିସ୍ କ୍ରିକେଟ ଆସୋସିଏସନ ଅଫ ଓଡ଼ିଶା ତରଫରୁ ଗତ ଫେବୃୟାରୀ ୬ ଓ ୭ ତାରିଖରେ ଏକ ଖେଳାଳୀ ଚୟନ ପ୍ରକ୍ରିୟା ପୋଖରୀପୁଟ ବିହାରୀଲାଲ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିଲା । ଏହି ଚୟନ ପ୍ରକ୍ରିୟାରେ ରାଜ୍ୟର ୧୭ଟି ସ୍ୱୀକୃତିପ୍ରାପ୍ତ ଜିଲ୍ଲା ଅଂଶଗ୍ରହଣ କରିଥିଲେ । ପ୍ରତି ଜିଲ୍ଲାରୁ ୫ଜଣ ପ୍ରତିଭାବାନ ଖେଳାଳୀ ଏଥିରେ ଭାଗ ନେଇଥିଲେ । ତନ୍ମଧ୍ୟରୁ ୮ଟି ଜିଲ୍ଲା ଯଥାକ୍ରମେ କେନ୍ଦ୍ରାପଡ଼ା, ଭୁବନେଶ୍ୱର, ପୁରୀ, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ ଏବଂ କଟକରୁ ଭାଗ ନେଇଥିବା ଖେଳାଳୀମାନଙ୍କ ମଧ୍ୟରୁ ଭୁବନେଶ୍ୱରୁ ୬ଜଣ ଖେଳାଳୀ ମନୋନୀତ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ୨ଜଣ, ପୁରୀରୁ ଜଣେ, ଅନୁଗୁଳୁରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ଜଣେ, ଗଞ୍ଜାମରୁ ଜଣେ, ଖୋର୍ଦ୍ଧାରୁ ୩ଜଣ । ଏହି ୧୬ଜଣିଆ ଖେଳାଳୀଙ୍କୁ ନେଇ ଏକ ୫ ଦିନିଆ ପ୍ରିଶିକ୍ଷଣ ଶିବିର ପୋଖରୀପୁଟସ୍ଥିତ ବିହାରୀଲାଲ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିଲା । ଏହି ୧୬ଜଣିଆ ଖେଳାଳୀ ଦଳ ସହିତ ମ୍ୟାନେଜର ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ ଯୋଗେ ଯାତ୍ରା କରିଛନ୍ତି । ଏହି ଚୟନ ପ୍ରକ୍ରିୟା ସିଲେକ୍ସନ କମିଟି ଏବଂ ବୋର୍ଡ଼ ମେମ୍ବରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ୧୬ଜଣିଆ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ବିହାରୀଲାଲ ଷ୍ଟାଡ଼ିୟମରେ ଅନୁଷ୍ଠାନର ପ୍ରତିଷ୍ଠାତା ଶକ୍ତି ମହାନ୍ତି, ଉପେନ୍ଦ୍ର ମହାନ୍ତି ଓ ଅନୁଷ୍ଠାନର ସଭାପତି ବିଜୟ କେତନ ମିଶ୍ର, ସମ୍ପାଦକ କିଶୋର ନାୟକ, ଯୁଗ୍ମ ସମ୍ପାଦକ ସୁନିତା ବର୍ମା ଓ ଗଣେଶ ଜେନା ଉପସ୍ଥିତ ରହି ଖେଳାଳୀମାନଙ୍କୁ ଶୁଭକାମନା ଜ୍ଞାପନ କରିଥିଲେ । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ଆସୋସିଏସନର ସମ୍ପାଦକ ମନୋଜ ବେହେରା ମଧ୍ୟ ଉପସ୍ଥିତ ଥିଲେ ଏବଂ ବହୁ ଖେଳ ଅନୁଷ୍ଠାନରେ ଜଡ଼ିତ ଥିବା ସୁପରିିଚିତ ବ୍ୟକ୍ତି ଓ ଜଣାଶୁଣା ବଡ଼ଭାଇ ବାବୁ ସିଂ, ଅଖି ଭାଇ ଖୋଳାଳୀମାନଙ୍କର ଶୁଭକାମନା କରିଥିଲେ । ଚୟନ ହୋଇଥିବା ଖେଳାଳୀମାନେ ହେଲେ ବିଘ୍ନେଶ ବିନାୟକ ସାମଲ, ସୁନିଲ କୁମାର ସେଠି, ଅଧିନାୟକ, ଯତିନ କୁମାର ନାୟକ, ଶିବପ୍ରସାଦ ମାଲିଆ, ରତି ରଞ୍ଜନ ପ୍ରଧାନ, ଏମ୍‌. ହୁସେନ ମୁବାରକ, ବିଜୟ କୁମାର ପାତ୍ର, ଉପ ଅଧିନାୟକ, ଦେବାଶିଷ ବିଶ୍ୱାଳ, ପ୍ରଭୁକୃପା ସାମନ୍ତ, ଆଶୁତୋଷ ପ୍ରଧାନ, ବିଶ୍ୱଜିତ ମହାପାତ୍ର, ଲିପୁ ସାହୁ, ଆଲୋକ ବିଶ୍ୱାଳ, ଶୁଭ ରଞ୍ଜନ ସାହୁ, ଶୁଭରଞ୍ଜନ ସାହୁ, ସୁଧାକର ଜାନି ଏବଂ ଏ ମହେଶ୍ୱର ରାଓ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ