୧୬ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏକାମ୍ର ଶ୍ରୀ ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ମହାଶିବରାତ୍ରି ଉପଲକ୍ଷେ ଆୟୋଜିତ ୩୪ତମ ଜାତୀୟସ୍ତରୀୟ ଭଜନ ସମାରୋହରେ ଅନୁଷ୍ଠାନ ତରଫରୁ ୧୬ଜଣଙ୍କୁ ଏକାମ୍ର ଶ୍ରୀ ସମ୍ମାନ ଓ ଲିଙ୍ଗରାଜ ପଞ୍ଜିକା ଉନ୍ମୋଚନ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ୧୬ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏକାମ୍ର ଶ୍ରୀ ସମ୍ମାନ ପ୍ରଦାନ କରିବା ସହ ପଞ୍ଜିକା ଉନ୍ମୋଚନ କରିଥିଲେ । ଚଳିତବର୍ଷ ଏକାମ୍ର ଶ୍ରୀ ସମ୍ମାନ ପାଇଥିବା ବିଶିଷ୍ଟ ବ୍ୟକ୍ତି ହେଲେ – ଜଗଦାନନ୍ଦ, ଡ. (ଇଂ) ଶ୍ରୀନିବାସ ଘଟୁଆରୀ, ସବ୍ୟସାଚୀ ମହାପାତ୍ର, ବସନ୍ତରାଜ ସାମଲ, ପ୍ରଭାତ କୁମାର ରାଉଳ, ଡ. ଆଶୁତୋଷ ମହାପାତ୍ର, କୁମେର ବେହେରା, ରକ୍ଷକ ନାୟକ, ସିଦ୍ଧାର୍ଥ କୁମାର ରାଉତରାୟ, ରାଜକିଶୋର ଦାସ, ଚିନ୍ମୟ ସାହୁ, ତାପସ ରଞ୍ଜନ ଦାସ, ଅରୁଣ କୁମାର ସାବତ, ଅନୁରାଧା ପୋଡ଼ୱାଲ, ବବୁଲ ସୁପ୍ରିଓ, ବେଲା ସୁଲେଖା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ର ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ